ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍

Published By : Prameya | March 3, 2025 7:24 AM

ଭୁବନେଶ୍ୱର,୦୩/୦୩: ଟାଇଁ ଟାଇଁ ଖରା, ଦେହରେ ଗଳିଯାଉଛି । ମାର୍ଚ୍ଚ ଆରମ୍ଭରୁ ହିଁ  ସୂର୍ଯ୍ୟଙ୍କ କୋପ ବଢ଼ିଲାଣି । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ଆହୁରି ବଢ଼ିବ । ପଶ୍ଚିମ ଓ  ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୪୦  ଡିଗ୍ରୀ ସେଲ୍‌ସିୟସ୍‌ ଟପିବ । ୧୨ ତାରିଖ ପରେ ଉତ୍ତର ଓଡ଼ିଶା ତାତିବ । 

ରବିବାର ବୌଦ୍ଧ ଓ ବଲାଙ୍ଗିର ତାପମାତ୍ରା  ୩୮ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି । ୧୦  ସହରରେ ତାତି ୩୭ ଡିଗ୍ରୀ ସେଲସିୟସ୍‌ ପାର୍‌ କରିଛି । ବୌଦ୍ଧର ଦିନ ତାପମାତ୍ରା ସର୍ବାଧିକ  ୩୮.୨ ଡିଗ୍ରୀ ରେକର୍ଡ ହୋଇଛି । ଶନିବାର  ବୌଦ୍ଧରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଥିଲା । ରବିବାର ଏହା ପାଖାପାଖି ଦେଢ଼ ଡିଗ୍ରୀ ବଢ଼ିଛି ।  ବଲାଙ୍ଗିରରେ ୩୮.୧ଡିଗ୍ରୀ ରହିଛି । ଅନୁଗୁଳରେ  ୩୭.୯, ଟିଟିଲାଗଡ଼ରେ ୩୭.୬, ଭଦ୍ରକ ଓ  ଝାରସୁଗୁଡ଼ାରେ ୩୭.୫, ଯାଜପୁରରେ ୩୭.୨,  ବାରିପଦା, ସୋନପୁର ଓ ଭବାନୀପାଟଣାରେ  ୩୭ ଡିଗ୍ରୀ ରେକର୍ଡ ହୋଇଛି । 

କୃଷି ପାଣିପାଗ ବିଶାରଦ ପ୍ରଫେସର ଡ.  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏବେ ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ଆସୁଛି। ଉତ୍ତର ପଶ୍ଚିମ ଭାରତରେ ବର୍ଷା ନ ହେବା ଯୋଗୁ ସେଠାରେ ଗରମ ଅନୁଭୂତ ହେଉଛି । ସେଠାରୁ ଆସୁଥିବା ଗରମ ପବନ ପ୍ରଭାବରେ ରାଜ୍ୟରେ ତାତି ଅଧିକ ରହୁଛି । ଏଥର ମାର୍ଚ୍ଚ ମାସରେ ଅଧିକ ଗରମ ରହିବ । ଆସନ୍ତା ଦୁଇ ସପ୍ତାହ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । 

ଉପକୂଳ ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ପବନ ବହିବ । ରାତିରେ ପଶ୍ଚିମା ପବନ ବହିବ । ଏଥପାଇଁ ସକାଳୁ  ତାପମାତ୍ରା କମ୍‌ ରହିବ । ୧୨ ତାରିଖ ପରେ ଉପକୂଳ ଓଡ଼ିଶାରେ ମଧ୍ୟାହ୍ନ ଯାଏ ତାତି ସ୍ୱାଭାବିକଠାରୁ ଅଧିକ ରହିବ । ଗଞ୍ଜାମ,  ଗଜପତି, କଳାହାଣ୍ଡି, ବଲାଙ୍ଗିର, ସୋନପୁର,  ଭଳି ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାତି ବଢ଼ିବା  ସହ ପ୍ରବଳ ଗରମ ଅନୁଭୂତ ହେବ ବୋଲି ସେ  ଆକଳନ କରିଛନ୍ତି । 

ତେବେ ଏଥର ରାଜ୍ୟରେ ଗରମ  ସ୍ୱାଭାବିକଠାରୁ କମ୍‌ ରହିବ ବୋଲି ସେ କହିଛନ୍ତି ।  ଏପ୍ରିଲ ଓ ଜୁନ୍‌ ମାସରେ ତାପମାତ୍ରା ସ୍ୱାଭାବିକ  ରହିବ। ମେ ମାସରେ ତାତି ସ୍ୱାଭାବିକ ବା  ସ୍ୱାଭାବିକଠାରୁ କମ୍‌ ରହିବାର ସମ୍ଭାବନା ରହିଛି । ମଝିରେ ମଝିରେ ବର୍ଷା ହେବା ଯୋଗୁ ତାତି ବଢ଼ିବନି ବୋଲି ସେ କହିଛନ୍ତି । 

ରବିବାର ଭୁବନେଶ୍ୱରରେ ୩୬.୧ ଡିଗ୍ରୀ ଓ କଟକରେ ତାପମାତ୍ରା ୩୪.୨  ଡିଗ୍ରୀ ରହିଥିଲା । ଢେଙ୍କାନାଳରେ ୩୬.୬, ସୁନ୍ଦରଗଡ଼ ଓ ଜଗତ୍‌ସିଂହପୁରରେ ୩୬.୫, ପାରଳାଖେମୁଣ୍ଡିରେ ୩୬.୪, ହୀରାକୁଦରେ  ୩୬.୨, ନବରଙ୍ଗପୁରରେ ୩୫.୮, ଖୋର୍ଦ୍ଧାରେ  ୩୫.୫, କେନ୍ଦ୍ରାପଡ଼ାରେ ୩୫.୪, ତାଳଚେରରେ  ୩୫.୩ ଓ କେନ୍ଦୁଝରରେ ୩୫ ଡିଗ୍ରୀ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.