ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ଖୁବଶୀଘ୍ର ଦୂର ହେବ ପାର୍ଟ ପ୍ଲଟ ଦୁଃଖ, ଏପ୍ରିଲରୁ ଆରମ୍ଭ ହୋଇପାରେ ପାର୍ଟ ପ୍ଲଟ ପଞ୍ଜିକରଣ

Published By : Prameya | March 3, 2025 12:04 PM

ଭୁବନେଶ୍ୱର, ୦୩/୦୩: ଖୁବଶୀଘ୍ର ଦୂର ହେବ ପାର୍ଟ ପ୍ଲଟ ଦୁଃଖ । ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ  (ସବ୍‌ ପ୍ଲଟ) ହେବ କଟକଣାମୁକ୍ତ। ଏହି ଜମି  କିଣାବିକାରେ ଲାଗିବନି ରୋକ୍‌ । ଏପ୍ରିଲରୁ  ପାର୍ଟ ପ୍ଲଟ ପଞ୍ଜିକରଣ । ରାଜ୍ୟରେ ଏପ୍ରିଲରୁ ପାର୍ଟ ପ୍ଲଟ୍ ପଞ୍ଜୀକରଣ ହେବ । ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ । ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଶ କରି ଏପ୍ରିଲରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି । ଏନେଇ  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି।


ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପାର୍ଟ ପ୍ଲଟ୍ ବିକ୍ରି ଓ ଆପାର୍ଟମେଣ୍ଟ ପଞ୍ଜିକରଣ ସମସ୍ୟା ଲାଗି ରହିଥିବାରୁ ରାଜସ୍ବ ହାନି ହେଉଛି। ତେଣୁ ସମସ୍ୟା ଦୂର କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇଛି। ପ୍ଲଟିଂ ସ୍କିମ୍‌  ଓ ଆପାର୍ଟମେଣ୍ଟ ନେଇ ମଧ୍ୟ ନୂଆ ନିୟମ  ଅଣାଯିବ । ପ୍ଲଟିଂ ସ୍କିମ୍‌ ପାଇଁ ନିୟମ ଆହୁରି  କଠୋର ହେବ । ପ୍ଲଟିଂ ସ୍କିମ୍‌ରେ ଜମି/ଘର ବିକ୍ରି କରିବା ଆଗରୁ ପ୍ରଥମେ ରାସ୍ତା ପାଇଁ  ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହେବ । ଜମି ମାଲିକ ପ୍ରଥମେ ରାସ୍ତା ପାଇଁ ଚିହ୍ନଟ ଜମିକୁ ପୌର ପ୍ରଶାସନ କିମ୍ବା ବ୍ଲକ  ପ୍ରଶାସନକୁ ହସ୍ତାନ୍ତର କରିବେ । ପ୍ରଥମେ ରାସ୍ତା ତିଆରି ହେବ । ତା’ପରେ ଜମି  ମାଲିକ ପ୍ଲଟିଂ ସ୍କିମ୍‌ ଆଗେଇବା ପାଇଁ ସାର୍ଟିଫିକେଟ ପାଇବେ ।  

ସେହିଭଳି ଆପାର୍ଟମେଣ୍ଟ ପଞ୍ଜିକରଣ ଏବଂ ହସ୍ତାନ୍ତରରେ ଅନେକ ସମସ୍ୟା ରହିଛି। ତେଣୁ ବିଭିନ୍ନ ବିଭାଗ ସଚିବ ଓ ଅଧିକାରୀମାନଙ୍କ ସହିତ ତିନି ରାଉଣ୍ଡ ଆଲୋଚନା ସରିଲାଣି। ରେରା ଆଇନ ଅନୁଯାଇ ସଂଶୋଧନ ସରିଲାଣି। ଆଇନ ଆସିବା ପୂର୍ବ ଯେଉଁମାନେ ଜମି କିଣିଥିଲେ କି ବିକ୍ରି କରିଥିଲେ ସେମାନଙ୍କ ଉପରେ ଆଇନ ଲାଗୁ ହେବନାହିଁ। ଅନ୍ୟପଟେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ଡ୍ରାଫ୍ଟକୁ ରାଜସ୍ବ ବିଭାଗ ପକ୍ଷରୁ ତର୍ଜମା ଚାଲିଛି। ଆବଶ୍ୟକ ଥିଲେ ଆଇନ ସଂଶୋଧନ କରାଯିବ। ଏହା ପରେ ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.