ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସାନ ସିନା ଦାନ ତା ମହାନ, ସଂସାର ଛାଡ଼ିବା ଆଗରୁ ଦୁଇଟି ଜୀବନ ଦେଇଗଲେ ଜନ୍ମେଶ

Published By : Rasmita Pradhan | March 3, 2025 11:58 AM

ଭୁବନେଶ୍ଵର, ୦୩/୦୩ : ସାନ ସିନା ଦାନ ତା ମହାନ। ମରି ବି ଆଜି ସେ ଜୀବିତ। ସଂସାର ଛାଡ଼ିଲେ ସିନା, ଯିବା ବେଳେ ଆଉ ଦୁଇ ଜଣଙ୍କୁ ଜୀବନ ଦେଇଗଲେ ଜନ୍ମେଶ। ଭୁବନେଶ୍ଵର ଏମ୍ସରୁ ଆସିଛି ଏଭଳି ଖବର। 

ସୂଚନାନୁଯାୟୀ, ରାଉରକେଲାର ୧ ବର୍ଷର ଶିଶୁ ଜନ୍ମେଶ। ୧୦ ଦିନ ତଳେ କାନ୍ଦିବା ବେଳେ ହଠାତ୍ ତାଙ୍କର ହାର୍ଟ୍ ଚୋକ୍ ହୋଇଥିଲା। ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଜନ୍ମେଶ ଆଖି ବୁଜିଛନ୍ତି। ସେ ସଂସାର ଛାଡ଼ିବା ଆଗରୁ ଏକ ମହତ କାମ କରି ଯାଇଛନ୍ତି। ଜନ୍ମେଶଙ୍କ ପିତାମାତା ପୁଅର ଲିଭର ଓ କିଡନୀ ଦାନ କରିଛନ୍ତି। ଜନ୍ମେଶ ଅଙ୍ଗଦାନ କରି ଆଉ ଦୁଇଟି ଜୀବନ ବଞ୍ଚାଇଛନ୍ତି। ତେବେ ଭୁବନେଶ୍ଵର ଜାଗମରାରେ ତାଙ୍କର ଶେଷକୃତ୍ୟ କରାଯାଉଛି। ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। 

ଏହି ଖବରଟିକୁ ପଢନ୍ତୁ-ବୃଦ୍ଧଙ୍କ ଗଳା କାଟି ହତ୍ୟା, ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.