ଭୁବନେଶ୍ୱର, ୦୩/୦୩: ବିଦେଶିନୀ ଜଂଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବାକୁ ନେଇ ବିବାଦ। ସୋସିଆଲ ମିଡିଆରେ ତୀବ୍ର ନିନ୍ଦା ପରେ ସାମ୍ନକୁ ଆସିଲେ ବିଦେଶିନୀ। ଏକ ଭିଡିଓ ବାର୍ତ୍ତାରେ ଦୁଃଖ ପ୍ରକାଶ କରି ଓଡ଼ିଶାବାସୀଙ୍କୁ ଭୁଲ୍ ମାଗିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ମହାପ୍ରଭୁଙ୍କ ଚିତ୍ରକୁ ଜଙ୍ଘରେ ଟାଟୁ କରି ବଡ଼ ଭୁଲ୍ କରିଦେଇଛି ବୋଲି କହିଛନ୍ତି।
ଇଟାଲୀ ବିଦେଶିନୀ ଆହୁରି କହିଛନ୍ତି ଯେ, ମୁଁ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭଲପାଏ । ପ୍ରତ୍ୟେକ ଦିନ କାଳିଆ ସାଆନ୍ତଙ୍କୁ ମୁଁ ପୂଜା କରେ । ଜଗନ୍ନାଥଙ୍କ ଟାଟୁ ଏଭଳି ଜାଗାରେ ମୁଁ କରିଥିବାରୁ ଭୁଲ୍ ମାଗୁଛି । ଏହା ମୋ ପକ୍ଷରୁ ଏକ ଭୁଲ୍ ହୋଇଥିଲା । ଏଥିପାଇଁ ମୁଁ ଦୁଃଖିତ ଓ କ୍ଷମା ପ୍ରାର୍ଥନା କରୁଛି । ଆଗାମୀ ଦିନରେ ଏହିପରି ଭୁଲ୍ ଆଉ କେବେ କରିବି ନାହିଁ ।
ବିଦେଶିନୀଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବାକୁ ନେଇ ବିବାଦ: ଟାଟୁ ଦୋକାନୀଙ୍କ ବିରୋଧରେ ଅଭିଯୋଗ, ଗିରଫ ଦାବି