ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି

Published By : Prameya | March 3, 2025 10:54 AM

ପୁରୀ,୦୩/୦୩ : ଶ୍ରୀମନ୍ଦିର ସୁରକ୍ଷା,ବଡ଼ଦାଣ୍ଡ ଓ ଦର୍ଶନ ଗହଳିକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିଲାଗି ମୋଟ ୧୦୮୩ ପଦବି ସୃଷ୍ଟି କରାଯାଇଛି । ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ । ଷ୍ଟେଟ  ଆର୍ମଡ୍‌ କ୍ୟାଡରରୁ ଗୋଟିଏ କମାଣ୍ଡାଣ୍ଟ, ୨ଟି ଡେପୁଟି  କମାଣ୍ଡାଣ୍ଟ, ୧୦ଟି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ,୮ ଇନ୍ସପେକ୍ଟର,  ୩୧ ସବ୍‌ ଇନ୍ସପେକ୍ଟର, ୨୪ ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର  ପଦବି ପୂରଣ ହେବ । 

ସେହିଭଳି ଷ୍ଟେଟ କ୍ୟାଡର  ଅଫ ସିଭିଲ ପୋଲିସରୁ ଗୋଟିଏ  ସବ୍‌ ଇନ୍ସପେକ୍ଟର, ୨ଟି ଆସିଷ୍ଟାଣ୍ଡ  ସବ୍‌ ଇନ୍ସପେକ୍ଟର, ଗୋଟିଏ ସବ୍‌ ଇନ୍ସପେକ୍ଟର(ଆର୍ମୋରର) , ଗୋଟିଏ ହାବିଲଦାର (ଆର୍ମୋରର), ୨ଟି  ଆସିଷ୍ଟାଣ୍ଟ ଆର୍ମୋରର, ୧ସବ୍‌ଇନ୍ସପେକ୍ଟର (କମ୍ୟୁନିକେସନ) , ୪ ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର (କମ୍ୟୁନିକେସନ) ନିଯୁକ୍ତ ହେବେ । ଏହାବାଦ  ରାଜ୍ୟ ପିଏମଟି କ୍ୟାଡରରୁ ଜଣେ ସବ୍‌ ଇନ୍ସପେକ୍ଟର ଏମଟି, ୯ ଡ୍ରାଇଭର  ହାବିଲଦାର, ୧୮ ଡ୍ରାଇଭର ପଦବି ପୂରଣ ହେବ ।  

ଏହାବାଦ ହାବିଲଦାର ୨୪୦,ବାଟାଲିଆନ କ୍ୟାଡରରୁ ସିପାହୀ ୭୨୦  ଜଣ ନିଯୁକ୍ତ ହେବେ । ଡିପିଓ କ୍ୟାଡରରୁ ମୁଖ୍ୟ କିରାଣି , ବରିଷ୍ଠ କିରାଣି ଓ  ବରିଷ୍ଠ ଷ୍ଟେନୋଗ୍ରାଫର ପଦବି ପୂରଣ ହେବ । ଏହି ନିଯୁକ୍ତି ପ୍ରକ୍ରିୟା କମିଟିରେ ଅଧ୍ୟକ୍ଷ ଅତିରିକ୍ତ ପୁଲିସ ଡିଜି,ସଦସ୍ୟ ଭାବେ ଆଇଜି, ଡିଆଇଜି କେନ୍ଦ୍ରାଞ୍ଚଳ  ରେଞ୍ଜ, ପୁରୀ ଏସ୍‌ପି ଓ ଡିଜିପିଙ୍କ ଦ୍ୱାରା ମନୋନୀତ ଆଇଜି, ଡିଆଇଜି,ଏସ୍‌ପି  କିମ୍ବା କମାଣ୍ଡାଣ୍ଟ ର‌୍ୟାଙ୍କର ଅଧିକାରୀ ରହିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.