ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ଗୌତମ ଗମ୍ଭୀରଙ୍କ ପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବେ ଭିଭିଏସ୍ ଲକ୍ଷ୍ମଣ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ କିଏ ହେବେ ତାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ଟିମ୍‌ ବର୍ତ୍ତମାନ ସମୟରେ ଟି-୨୦ ବିଶ୍ବକପ ଖଳୁଛି । ଏହି ବିଶ୍ବକପ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ଦ୍ରାବିଡଙ୍କ ପରେ ଭାରତୀୟ ଟିମ୍‌ର ପରବର୍ତ୍ତୀ ହେଡ କୋଚ୍‌ କିଏ ? ଏନେଇ କୌଣସି ଔପଚାରିକ ଘୋଷଣା ହୋଇନଥିବା ବେଳେ ସବୁଠୁ ବଡ଼ ଦାବିଦାର ଗୌତମ ଗମ୍ଭୀର ବୋଲି କୁହାଯାଉଛି । ଏପରିକି ଗମ୍ଭୀରଙ୍କ ସାକ୍ଷାତକାର ନେଇସାରିଛି ବିସିସିଆଇ । କିନ୍ତୁ ଏହାରି ଭିତରେ ବଡ଼ ଖବର ସାମ୍ନାକୁ ଆସିଛି । 

 ରିପୋର୍ଟ ଅନୁସାରେ, ଗୌତମ ଗମ୍ଭୀରଙ୍କ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେବେ ଭିଭିଏସ୍‌ ଲକ୍ଷ୍ମଣ । ଗତକାଲି ବିସିସିଆଇ ପକ୍ଷରୁ ଟିମ୍‌ ଇଣ୍ଡିଆର ଖେଳସୂଚୀ ପ୍ରକାଶ ପାଇଥିଲା ।  ଟି-୨୦ ବିଶ୍ବକପ ପରେ ଭାରତୀୟ ଟିମ୍‌ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବାକୁ ଜିମ୍ବାଓ୍ବେ ଗସ୍ତ କରିବ । ଏହି ଗସ୍ତ ସମୟରେ ନ୍ୟାସନାଲ କ୍ରିକେଟ ଏକାଡେମି ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଯିବେ । କିନ୍ତୁ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ । 

 ବିସିସିଆଇର ଏକ ସୂତ୍ରରୁ ପିଟିଆଇକୁ ମିଳିଥିବା ସୂଚନା ଅନୁସାରେ, ‘ଟିମ୍ ଇଣ୍ଡିଆ ସହ ଜିମ୍ବାଓ୍ବେ ଯାଇପାରନ୍ତି ଭିଭିଏସ୍ ଲକ୍ଷ୍ମଣ । ପୂର୍ବରୁ ରାହୁଲ ଦ୍ରାବିଡ ଏବଂ ଅନ୍ୟ ପୂର୍ବତନ କୋଚ୍ ଯେବେ ବି ବ୍ରେକ୍‌ ନେଉଥିଲେ ସେତେବେଳେ ଲକ୍ଷ୍ମଣ ଏବଂ ତାଙ୍କ ଟିମ୍‌ ଆଗକୁ ଆସୁଥିଲେ ।’ ସେପଟେ ଗୌତମ ଗମ୍ଭୀର ଯଦି ହେଡ କୋଚ୍‌ ହୁଅନ୍ତି ତେବେ ସେ ଶ୍ରୀଲଙ୍କା ସିରିଜ୍‌ରେ ଭାରତୀୟ ଦଳରେ ଯୋଗ ଦେବେ । ଜିମ୍ବାଓ୍ବେ ଗସ୍ତ ପରେ ଭାରତୀୟ ଟିମ୍‌ ଶ୍ରୀଲଙ୍କା ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ ।   

 

  • Team India
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.