ଭୁବନେଶ୍ୱର,୨୫/୧୦: ଫକ୍ସୱାଗନ ଇଣ୍ଡିଆର ଭର୍ଚୁସ ମଡେଲର ଘରୋଇ ବଜାରରେ ବିକ୍ରି ରେକର୍ଡ ସମ୍ପର୍କରେ ଘୋଷଣା କରାଯାଇଛି । କମ୍ପାନି ଦେଶ ମଧ୍ୟରେ ଏହି ମଡେଲର ୫୦ ହଜାର ୟୁନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି । ଏହା ଚଳିତ ବର୍ଷ ସବୁଠାରୁ ପସନ୍ଦଯୋଗ୍ୟ ଏବଂ ବେଶି ବିକ୍ରି ହୋଇଥିବା ସେଡାନ ଭାବେ ଉଭା ହୋଇଛି । ଯାନଟି ବଜାରରେ ଲଞ୍ଚ ହେବା ପରଠାରୁ କମ୍ପାନି ୨୮ ମାସରେ ଏଭଳି ବିକ୍ରି ସଫଳତା ହାସଲ କରିଛି । ଦେଶରେ ପ୍ରତିଦିନ ୬୦ ଫକ୍ସୱାଗନ ଭର୍ଚୁସ ବିକ୍ରି ହେଉଛି । ଚଳିତ ବର୍ଷ ଅଦ୍ୟାବଧି ୧୭ ହଜାର ୟୁନିଟ ଭର୍ଚୁସ ବିକ୍ରି କରିଛି କମ୍ପାନି ।
ଭର୍ଚୁସ ଜିଟି ପ୍ଲସ ୨୪ ଘଣ୍ଟାରେ ୪୬୫୪ କିମି ଯାତ୍ରା କରିବାର ଜାତୀୟ ରେକର୍ଡ ହାସଲ କରିଛି । ଚଳିତ ବର୍ଷ ପାର୍ବଣରେ କମ୍ପାନି ଭର୍ଚୁସ ଜିଟି ଲାଇନ, ଭର୍ଚୁସ ଜିଟି ପ୍ଲସ ସ୍ପୋର୍ଟସ ଲଞ୍ଚ କରିଛି । ଏହି ମଡେଲରେ କମ୍ପାନି ନିରାପତ୍ତା ଏବଂ ପରଫରମାନ୍ସକୁ ଗୁରୁତ୍ୱ ଦେଇଛି । ଏଥିରେ କମ୍ପାନି ୬ ଏୟାରବ୍ୟାଗ, ୪୦ରୁ ଉଦ୍ଧ୍ୱର୍ ନିରାପତ୍ତା ଫିଚର, ୫ ଷ୍ଟାର ଜିଏନ୍କ୍ୟାପ୍ ନିରାପତ୍ତା ରେଟିଂ ଏବଂ ଅତୁଳନୀୟ ପରଫରମାନ୍ସ ଗ୍ରାହକ ପାଇବେ । ପ୍ରିମିୟମ ସେଡାନ କ୍ଷେତ୍ରରେ ଫକ୍ସୱାଗନଙ୍କୁ ଏତେ ଭଲ ପାଇବା ଦେଇଥିବାରୁ ଗ୍ରାହକଙ୍କ ନିକଟରେ କୃତଜ୍ଞ ବୋଲି ଫକ୍ସୱାଗନ ପାସେଞ୍ଜର କାର୍ ଇଣ୍ଡିଆର ବ୍ରାଣ୍ଡ୍ ନିର୍ଦ୍ଦେଶକ ଆଶିଷ ଗୁପ୍ତା କହିଛନ୍ତି ।