ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ରାଜେଶ ଖାନ୍ନାଙ୍କୁ ନେଇ ଭୁଲ୍ କମେଣ୍ଟ କରିବାରୁ ନସିରୁଦ୍ଦିନଙ୍କୁ ଖୁବ୍‌ ଶୁଣାଇ ଥିଲେ ଟ୍ୱିଙ୍କଲ , କହିଥିଲେ – ଯିଏ ଦୁନିଆରେ ନାହାନ୍ତି ...

ମୁମ୍ୱାଇ : ଟ୍ୱିଙ୍କଲ ଖାନ୍ନା ନିଜ ପିତା ରାଜେଶ ଖାନ୍ନାଙ୍କୁ ବହୁତ ଭଲ ପାଉ ଥିଲେ। ଯେବେ ଟ୍ୱିଙ୍କଲ ଅଭିନେତ୍ରୀ ହେବାକୁ ଭାବୁଥିଲେ , ସେତେବେଳେ ରାଜେଶ ଖାନ୍ନା ତାଙ୍କୁ ସପୋର୍ଟ କରି ଥିଲେ। ଏମିତି କୁହାଯାଏ କି , ରାଜେଶ ଓ ଟ୍ୱିଙ୍କଲଙ୍କ ସଂପର୍କ ସେତେ ଭଲ ନଥିଲା। କିନ୍ତୁ ଯେବେ ନସରୁଦ୍ଦିନ ଶାହ ରାଜେଶଙ୍କୁ ନେଇ ଏକ ନେଗେଟିଭ୍‌ କମେଣ୍ଟ କରିଥିଲେ , ସେତେବେଳେ ଟ୍ୱିଙ୍କଲ ଖୋଲାଖୋଲି ଭାବେ ପିତାଙ୍କୁ ସପୋର୍ଟ କରି ନସିରୁଦ୍ଦିନଙ୍କୁ କଡ଼ା ଜବାବ ଦେଇଥିଲେ। 


ନସରୁଦ୍ଦିନ ଏକ ଇଭେଣ୍ଟରେ କହିଥିଲେ ଯେ , ୭୦ ଦଶକରେ ମଧ୍ୟମ ଧରଣର ଚଳଚ୍ଚିତ୍ର ନିର୍ମାଣ ହେଉ ଥିଲା ଏବଂ ସେହି ସମୟରେ ରାଜେଶ ଖାନ୍ନା ଇଣ୍ଡଷ୍ଟ୍ରୀ ସହ ଯୋଡ଼ି ହୋଇ ଥିଲେ। ମୋତେ ଲାଗେ କି ମିଷ୍ଟର ଖାନ୍ନା ଜଣେ ଲିମିଟେଡ୍‌ ଅଭିନେତା ଥିଲେ। ମୋ ହିସାବରେ ସେ ଖରାପ ଅଭିନେତା ଥିଲେ। 

ନସରୁଦ୍ଦିନଙ୍କ ଯେବେ ଏହି ଷ୍ଟେଟମେଣ୍ଟ ଭାଇରାଲ ହେଲା , ସେତେବେଳେ ଟ୍ୱିଙ୍କଲ ସୋସିଆଲ ମିଡ଼ିଆରେ ନିଜର ବିରକ୍ତି ପ୍ରକାଶ କରି ଲେଖି ଥିଲେ , ସାର୍‌ ଯଦି ଆପଣ କୌଣସି ଜୀବନ୍ତ ମଣିଷର ସମ୍ମାନ କରୁ ନାହାନ୍ତି ତ ଅତି କମ୍‌ରେ ଯିଏ ଏବେ ଏହି ଦୁନିଆରେ ନାହାନ୍ତି , ତାଙ୍କର ତ ଟିକେ ସମ୍ମାନ କରନ୍ତୁ ,ଯିଏ ଆପଣଙ୍କୁ ଜବାବ ଦେଇ ପାରିବେ ନାହିଁ। 

ଟ୍ୱିଙ୍କଲଙ୍କର ଉକ୍ତ ପୋଷ୍ଟ ପରେ ନସିରୁଦ୍ଦିନ କହିଥିଲେ , ମୋ କଥାରେ ଯଦି କେହି ଆଘାତ ପାଇଛନ୍ତି , ମୁଁ ତାଙ୍କୁ କ୍ଷମା ମାଗୁଛି। ମୁଁ କାହା ବିଷୟରେ ପର୍ସନାଲ କମେଣ୍ଟ କରୁ ନଥିଲି। ମୁଁ କେବଳ ଏକ ଚ୍ୟାନେଲ୍‌ ବିଷୟରେ କହୁଥିଲି। 

ଟ୍ୱିଙ୍କଲଙ୍କ ମାଆ ଡିମ୍ପଲ କହିଥିଲେ ଯେ, ରାଜେଶ ଖାନ୍ନାଙ୍କ ଠାରୁ ଅଲଗା ହେବା ପରେ ଟ୍ୱିଙ୍କଲ ଖୁବ୍‌ ଷ୍ଟ୍ରଙ୍ଗ୍‌ ରହିଥିଲେ। ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ , ସେ ଜଣେ ଭଲ ପିଲା ଥିଲା।  ସେ ୭-୮ ବର୍ଷ ହୋଇଥିବ , ଯେବେ ଆମେ ଅଲଗା ହେଲୁ। କିନ୍ତୁ ସେ ଖୁବ୍ ଭଲ ଭାବେ ମୋର ଧ୍ୟାନ ରଖିଥିଲେ ଏବଂ ଚେକ୍‌ କରୁଥିଲେ ମୁଁ ଠିକ୍‌ ଅଛି କି ନାହିଁ । ତାହା ମୁଁ କେବେ ଭାବି ପାରୁ  ନଥିଲି। ସେ ମୋର ବନ୍ଧୁ ଭଳି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.