ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆକ୍ରମଣ । ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ‘ପଦଯାତ୍ରା’ ରାଲିରେ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ ହୋଇଥିବା ଆପ୍ ଅଭିଯୋଗ କରିଛି । ଏହି ଆକ୍ରମଣ ବିଜେପି କର୍ମୀମାନେ କରିଛନ୍ତି ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ଦାବି କରିଛି । ଏପରିକି ଏହି ଆକ୍ରମଣ ପାଇଁ ଦିଲ୍ଲୀ ପୋଲିସକୁ ମଧ୍ୟ ଦାୟୀ କରିଛି ଆପ୍ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆପ୍ ନେତା ମନୀଷ ସିସୋଦିଆ ଲେଖିଛନ୍ତି, କେଜ୍ରିଓ୍ବାଲଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରୁଛି । ବିଜେପି ଏହି ଆକ୍ରମଣ କରାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଯଦି କେଜ୍ରିଓ୍ବାଲଙ୍କର କିଛି ହୁଏ ତେବେ ଏଥିପାଇଁ ବିଜେପି ଦାୟୀ ରହିବ । ଏଥିରେ ଆମେ ଭୟଭୀତ ହେବୁ ନାହିଁ ବୋଲି ଲେଖିଛନ୍ତି ସିସୋଦିଆ ।
ସେହିଭଳି ଆପ୍ ନେତା ସୌରଭ ଭରଦ୍ବାଜ, ବିଜେପିକୁ ଦାୟୀ କରି ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି । କେଜ୍ରିଓ୍ବାଲଙ୍କର କିଛି ହୋଇଗଲେ ବିଜେପି ଦାୟୀ ରହିବ ବୋଲି ମନୀଷ ସିସୋଦିଆଙ୍କ ଭଳି ସୌରଭ ଭରଦ୍ବାଜ କହିଛନ୍ତି । ଏହା ସହ ଇଡି, ସିବିଆଇ ଏବଂ ଜେଲ୍ କାମରେ ନଆସିବାରୁ ଏବେ ବିଜେପି କର୍ମୀ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ କରିଛନ୍ତି ସୌରଭ ଭରଦ୍ବାଜ ।
"जब ED, CBI और जेल से भी बात नहीं बनी, तो अब भाजपा वाले @ArvindKejriwal जी पर हमले करवा रहे हैं। अगर केजरीवाल जी को कुछ भी होता है, तो उसके लिए भाजपा सीधे तौर पर जिम्मेदार होगी। pic.twitter.com/ihyfPVBlV9
— Saurabh Bharadwaj (@Saurabh_MLAgk) October 25, 2024
ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦିଲ୍ଲୀବାସୀ ବିଜେପିର ଶସ୍ତା ରାଜନୀତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ବିକାଶପୁରୀ ପଦଯାତ୍ରା ସମୟରେ ବିଜେପି ଗୁଣ୍ଡାମାନଙ୍କ ଦ୍ବାରା କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ କରାଯାଇଛି । ଆପ୍ ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ନିର୍ବାଚନରେ ପରାସ୍ତ କରିପାରିବନି ବୋଲି ଜାଣିଛି ବିଜେପି । ତେଣୁ ବିଜେପି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ବୋଲି ଆତିଶୀ ଅଭିଯୋଗ କରିଛନ୍ତି ।
VIDEO | "The people of Delhi have seen how low the BJP's dirty politics can stoop to. Arvind Kejriwal was attacked by BJP goons during his Vikaspuri padyatra. BJP knows that it cannot defeat AAP and Arvind Kejriwal in elections, that is why they have resorted to such dirty… pic.twitter.com/YM54dWyU22
— Press Trust of India (@PTI_News) October 25, 2024
ଅନ୍ୟପଟେ, କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୋଲିସ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ ହୋଇନାହିଁ ବୋଲି ପୋଲିସ କହିଛି ।