ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ଶୁକ୍ରବାର ପୁଣି ୨୭ ବିମାନକୁ ବୋମା ଧମକ: ଏୟାର ଇଣ୍ଡିଆ, ଭିସ୍ତାରା, ଇଣ୍ଡିଗୋ ଏବଂ ସ୍ପାଇସ୍‌ ଜେଟ୍‌ ଯାତ୍ରୀ ପ୍ରଭାବିତ

Image Courtesy: msn.com

ନୂଆଦିଲ୍ଲୀ: ଭାରତୀୟ ବିମାନଗୁଡ଼ିକୁ ମିଳୁଛି ବୋମା ଧମକ । ଏହି ଧାରା ଏବେ ବି ଜାରି ରହିଛି । ଶୁକ୍ରବାର ୨୭ଟି ବିମାନକୁ ଧମକ ମିଳିଥିବା ଜଣାପଡ଼ିଛି । ସ୍ପାଇସ୍‌ ଜେଟ୍‌, ଭିସ୍ତାର ଏବଂ ଇଣ୍ଡିଗୋର ୭ଟି ଲେଖାଏଁ ବିମାନକୁ ଧମକ ମିଳିଥିବା ବେଳେ ଏୟାର ଇଣ୍ଡିଆର ୬ଟି ବିମାନକୁ ବୋମାରେ ଉଡ଼ାଇ ଦେବେ ବୋଲି ଧମକ ଦେଇଛନ୍ତି ଦୁର୍ବୃତ୍ତ । ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି, କୋଝିକୋଡ-ଦମମ ବିମାନକୁ ଧମକ ମିଳିଥିଲା । ଅନ୍ୟ ଇଣ୍ଡିଗୋ ବିମାନଗୁଡ଼ିକ ତାଲିକାରେ, 6E 2099(ଉଦୟପୁର-ଦିଲ୍ଲୀ), 6E 11(ଦିଲ୍ଲୀ-ଇସ୍ତାନବୁଲ), 6E 58(ଜେଦ୍ଦା-ମୁମ୍ବାଇ), 6E 17(ମୁମ୍ବାଇ-ଇସ୍ତାନବୁଲ), 6E 108(ହାଇଦ୍ରାବାଦରୁ ଚଣ୍ଡୀଗଡ଼), 6E 133 (ପୁନେ-ଯୋଧପୁର) ସାମିଲ । 

ପ୍ରଥମେ 6E 2099(ଉଦୟପୁର-ଦିଲ୍ଲୀ) ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଏହା ପରେ ବିମାନକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାତ୍ରୀଙ୍କୁ ଓହ୍ଲାଇ ଯିବାକୁ କୁହାଯାଇଥିଲା । ଏହା ପରେ ଆଇନ ଅନୁଯାୟୀ ବିମାନକୁ ଯାଞ୍ଚ କରାଯାଇଥିଲା । ତେବେ ଦୁଇ ଦିନରେ ୮୦ରୁ ଅଧିକ ବିମାନକୁ ବୋମା ଧମକ ମିଳିସାରିଛି । ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା ଏବଂ ଆକାଶା ଏୟାରର ବିମାନକୁ ଏହି ଧମକ ମିଳିଛି । 

ସେହିଭଳି ଗତ ୧୧ ଦିନରେ ଭାରତୀୟ ଏୟାର ଲାଇନ୍ସ ଦ୍ବାରା ପରିଚାଳିତ ପ୍ରାୟ ୨୫୦ ବିମାନକୁ ଧମକ ମିଳିବା ପରେ ଦେଶରେ ଭୟ ବୃଦ୍ଧି ପାଇଛି । ଏସବୁ ଭିତରେ ଭାରତ ସରକାର ମିଥ୍ୟା କଲ୍‌ କରୁଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ମେଟା ଏବଂ ଏକ୍ସ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ତଦନ୍ତରେ ସହାୟତା କରିବାକୁ କୁହାଯାଇଛି । ଏହା ବ୍ୟତୀତ ସରକାର ବଡ଼ ବଡ଼ ଟେକ୍‌ କମ୍ପାନିଙ୍କ ସହାୟତା ମଧ୍ୟ ଲୋଡ଼ିଛନ୍ତି । ସେପଟେ ଏୟାର ଲାଇନ୍ସକୁ ମିଳୁଥିବା ବୋମା ଧମକ ବିରୋଧରେ ସରକାର କଠୋର ଆଇନ୍‌ ଆଣିବାକୁ ଯୋଜନା କରୁଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି । 

  • Air india\
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.