ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଜାତୀୟ ତୃଣକ ଦମନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ସୋଆ କୃଷି ମହାବିଦ୍ୟାଳୟ ପରିଦର୍ଶନ

ଭୁବନେଶ୍ୱର,୨୫/୦୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନସେସ୍‌ (ଆଇଏଏସ୍‌)କୁ ଜାତୀୟ ତୃଣକ ଦମନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଜେ ଏସ ମିଶ୍ର ଓ ତୃଣକ ବିଭାଗର ସମ୍ପାଦକ ଡ. ଆର୍‌.ପି. ଦୁବେ ଶନିବାର  ପରିଦର୍ଶନ କରିଛନ୍ତି ।

ଉଭିଦ ଶରୀର ତତ୍ୱ ବିଭାଗର ମୁଖ୍ୟ ତଥା ତୃଣକ ବିଜ୍ଞାନୀ ପ୍ରଫେସର ସରୋଜ କୁମାର ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ମହାବିଦ୍ୟାଳୟ ସ୍ତରରେ ଚାଲିଥିବା ତୃଣକ ଗବେଷଣା ସମ୍ବନ୍ଧରେ ବିବରଣୀ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ ଅତିଥି ଦ୍ୱୟଙ୍କୁ ସୋଆ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଖ୍ୟାତି ବିଷୟରେ ଅବଗତ କରାଇଥିଲେ । ଏଥି ସହିତ ଜବଲପୁର ସ୍ଥିତ ତୃଣକ ଗବେଷଣା କେନ୍ଦ୍ର ସହିତ  ମିଳିତ ଗବେଷଣା ଉପରେ ଗୁରୁତ୍ୱ ଦେଇଥିଲେ ।ଏହି ଅବସରରେ ଉପସ୍ଥିତ ଅତିଥିମାନେ ତାଙ୍କ ଅଭିଭାଷଣରେ ସୋଆ ବିଶ୍ୱବିଦ୍ୟାଳୟରେ ଅନେକ ତୃଣକ ଗବେଷଣାର ଦିଗ ଉନ୍ମୋଚିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ପ୍ରଫେସର ବିଜୟ କୁମାର ମିଶ୍ର, ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ପ୍ରଫେସର ଅକ୍ଷୟ କୁମାର ବେହେରା ଓ ପ୍ରଫେସର ହୃଦାନନ୍ଦ ମିଶ୍ର ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ । ଡକ୍ଟର ଶୁଭପ୍ରଦ ଦାଶ, ଡକ୍ଟର ଅଂଶୁମାନ ଜେନା, ପ୍ରଫେସର ଶଙ୍କର୍ଷଣ ନନ୍ଦ ଓ ପ୍ରଫେସର ବାସୁଦେବ ବେହେରା ଏହି ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଅକ୍ଷୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.