ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ସୋଲାର ପାନୀୟ ଜଳ ପ୍ରକଳ୍ପ ଅଛି ,ପାଣି ଟୋପାଏ ପାଇଁ ଗ୍ରାମବାସୀ ଡହଳ ବିକଳ

Published By : Prameya | April 6, 2025 9:52 PM

ମାଲକାନଗିରି/କୋରକୁଣ୍ଡା,୬/୪( ଆପ୍ର ) : ଗ୍ରୀଷ୍ମଋତୁ ଆରମ୍ଭ ହୋଇଛି। ସମଗ୍ର ମାଲକାନଗିରି ଜିଲ୍ଲା ରେ ଡହ ଡହ ଖରା। ତତଲା କଢେଇ ରେ ଜିଲ୍ଲା ବାସୀ ସିଜୁଥିବା ବେଳେ  ଜିଲ୍ଲାର ବିଭିନ୍ନ ଗ୍ରାମରେ ଜଳ ସଙ୍କଟ ଦେଖିବାକୁ ମିଳିଛି।ମୁଖ୍ୟତଃ ପାନୀୟ ଜଳ ସୁବିଧା ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି।ଏଭଳି ଦେଖିବାକୁ. ମିଳିଛି. ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅଧିନସ୍ଥ ଗଡିଗୁଡା ଗାଁରେ।  ପ୍ରାୟ ଏକ ବର୍ଷ ହେବ ଏହି ଗ୍ରାମରେ ଅଚଳ ହୋଇ  ପଡିଛି ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଓ ନଳକୂପ।ଫଳରେ ଜଳ ମୁନ୍ଦାଏ. ପାଇଁ ଗ୍ରାମବାସୀ ବହୁ ହନ୍ତସନ୍ତ ହେଉଛନ୍ତି।

ନାକାମାମୁଡି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଗଡିଗୁଡା ଗାଁ ।ଏହା ଉପରେ ଆଦୌ ନଜର ପଡୁନି ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ ।ଏ ସମ୍ପର୍କରେ ଗ୍ରାମବାସୀ ବହୁବାର ପଞ୍ଚାୟତ କର୍ତ୍ତୃପକ୍ଷ ଏବଂ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ, ବ୍ଲକ କର୍ତ୍ତୃପକ୍ଷ ଏବଂ ନିର୍ବାଚିତ ଜନ ପ୍ରତିନିଧି ଙ୍କ ଆଗରେ ଅଭିଯୋଗ କଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ।  ଗ୍ରାମର କବିତା ହନ୍ତାଳ,ପରିମା ପାଙ୍ଗି,   ନବୀନା ଖରା, ଲକ୍ଷ୍ମୀ ମୁଦୁଲୀ , କୁସୁମା କିର୍ସାନି, ବନ୍ଧୁ ଖରା,  ନାଡୁ ଖିଲ, ଗୁରୁବାରୀ ପାଙ୍ଗି, ଗୋବର୍ଦ୍ଧନ ଖିଲ, ବାସନ୍ତୀ ଖିଲ, ହୀରା ଖିଲ, ତୁଳା ହନ୍ତାଳ, ହୀରା ହନ୍ତାଳ,  ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

 ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ଗ୍ରାମରେ ପ୍ରାୟ ୨୦ ରୁ ଉର୍ଦ୍ଧ ପରିବାର ଦୀର୍ଘବର୍ଷ ଧରି ବସବାସ କରି ଆସୁଛନ୍ତି। ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପ୍ରାୟ ୨/୩ ବର୍ଷ ପୂର୍ବେ ଗ୍ରାମରେ ଏକ ସୌର ଚାଳିତ  ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା।ଏଥି ପାଇଁ ବିଭାଗ ପକ୍ଷରୁ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ହୋଇଥିଲା। ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମର ବିଭିନ୍ନ ସ୍ଥାନରେ ପାଇପ ବିଛାଯାଇ ୪ ଟି ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇଥିଲା। ଏହା ପରେ ପ୍ରକଳ୍ପଟି ଅଚଳ ହୋଇପଡିବାରୁ କିଛି ମାସ ପୂର୍ବେ ଏହାକୁ ମରାମତି କରାଯାଇଥିଲା । ଆଜକୁ ପ୍ରାୟ ବର୍ଷେ ହେବ ଏହି ପ୍ରକଳ୍ପଟି ସମ୍ପୂର୍ଣ ଭାବେ ଅଚଳ ହୋଇ ପଡି ରହିଛି।ଗ୍ରାମରେ ଥିବା ଏକ ମାତ୍ର ନଳକୂପ ଦୀର୍ଘଦିନ ଧରି ଅଚଳ ହୋଇ ପଡିରହିଛି।ଏଭଳି ସ୍ଥିତିରେ ବର୍ତ୍ତମାନ ଗ୍ରାମରେ ରହୁଥିବା ପ୍ରାୟ ୨୦ ରୁ ଉର୍ଦ୍ଧ ପରିବାର ଗାଁ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ନିକଟ ସାହିରେ ଥିବା ନଳକୂପରୁ ଜଳ ସଂଗ୍ରହ କରି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଶୌଚ ହେବାକୁ ଗ୍ରାମବାସୀ ଦୂରରେ ଥିବା ଏକ ପୋଖରୀକୁ ଯାଉଛନ୍ତି।ଗ୍ରୀଷ୍ମ ପ୍ରବାହ ଯୋଗୁ ଉକ୍ତ ପୋଖରୀରୁ ପାଣି ଶୁଖିବାରେ ଲାଗିଛି।

ଜଳ ସଙ୍କଟ ଲାଗି ରହିଥିବାରୁ ଗ୍ରାମବାସୀଙ୍କ ସମେତ ଗାଇ ଗୋରୁ ଓ ଅନ୍ୟ ଗୃହ ପାଳିତ ପ୍ରାଣୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ମାସ ପୂର୍ବେ ନାକାମାମୁଡି ଗାଁରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ପାନୀୟ ଜଳ ପ୍ରକଳ୍ପରୁ ଉକ୍ତ ଗ୍ରାମକୁ ଜଳ ଯୋଗାଇ ଦେବା ପାଇଁ ବିଭାଗ ପକ୍ଷରୁ ପାଇପ ବିଛାଇ ଷ୍ଟାଣ୍ଡ ପୋଷ୍ଟ ସ୍ଥାପନ କରାଯାଇଛି। ହେଲେ ଏହି ପ୍ରକଳ୍ପର ପାଣି ଗାଁକୁ ଯାଉନାହିଁ। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ଗୁରୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଭାଗ ପକ୍ଷରୁ ତୁରନ୍ତ ଉକ୍ତ ସୌର ପ୍ରକଳ୍ପ ଓ ନଳକୂପ ମରାମତି କରାଯିବ। ଏଥି ସହ ଉକ୍ତ ଗ୍ରାମରେ ଏକ ନୂତନ ନଳକୂପ ଦିନେ ଦୁଇଦିନ ମଧ୍ୟରେ ଖୋଳାଯିବ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.