ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ମା’ ଦଣ୍ଡକାଳୀଙ୍କ ଧୂଳିଦଣ୍ଡ ଯାତ୍ରା

Published By : Prameya | April 5, 2025 9:10 PM

ମାଲକାନଗିରି, ୫/୪ (ଆ.ପ୍ର) ; ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ମା’ ଦଣ୍ଡକାଳୀଙ୍କ ଧୂଳି ଦଣ୍ଡ ଓ ଘଟଯାତ୍ରା ଆରମ୍ଭ ହୋଇ ଯାଇଛି । ମାଲକାନଗିରି ସହର ପ୍ରବେଶଦ୍ୱାରରେ ଥିବା ମା’ ଦଣ୍ଡକାଳିଙ୍କ ମନ୍ଦିରରେ ଆଡମ୍ବର ସହକାରେ ମା’ ଙ୍କ ୧୩ଦିନିଆ ଘଟ ଯାତ୍ରା ଉତ୍ସବ ଆରମ୍ଭ ହୋଇ ଯାଇଛି।ପ୍ରଥମ ଦିବସରେ ନାମ ସଂକିର୍ତନ, ନରନାରୟଣ ସେବା ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରା ଯାଇଥିଲା । ମା’ ଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ ଲାଗିଥିଲା। ପୁଜା ପାଠ ଓ ହୋମ ଯଜ୍ଞ ହୋଇଥିଲା। 

 ଦ୍ବିତୀୟ ଦିନରେ ମା’ ଦଣ୍ଡକାଳୀଙ୍କ ମନ୍ଦିରରୁ ଚୈତ୍ର ଘଟଯାତ୍ରା ଆରମ୍ଭ ହୋଇ ମା’ଙ୍କ ଘଟ ଶୋଭାଯାତ୍ରା ବସ ଷ୍ଟାଣ୍ଡ ଠାରୁ ବାହାରି ତଳସାହି, ଡିଏନକେ, ଗଣ୍ଡିଆଗୁଡା,ଦୁର୍ଗାଗୁଡିସାହି ହୋଇ ୧୧୯କଲୋନି, ଗାୟତ୍ରୀ ମନ୍ଦିର,ରିକ୍ୟୁମେସନକଲୋନି,ଚାଲାଣଗୁଡା ଆଲୁରମୁଠା ଠାରେ ଥିବା ମା ମାଉଲିମା ମନ୍ଦିର ଠାରୁ ସୋଭାଯାତ୍ରାରେ ବାହାରି ଚାଲାଣଗୁଡା ଠାରେ ପୂଜା ପାଇଥିଲେ । ଦଣ୍ଡପାଟୁଆ ମାନେ ବାଲିଧୁଳିରେ ଶୋଇରହି ବିଭିନ୍ନପ୍ରକାର ଆଧ୍ୟାତ୍ମିକ କୌଶଳ ପ୍ରଦର୍ଶନ କରି ଘଟ ପୁଜା କରିଥିଲେ । ଏହି ଦଣ୍ଡ ଯାତ୍ରା ଚିତ୍ରସେନ ନାହାକ,ନେମନ୍ତକୁମାର ମହାରଣା ଙ୍କ ସହିତ ଦଣ୍ଡକାଳୀ ପୁଜା କମିଟି ର ସଦସ୍ୟ ମାନେ କା ର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.