ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ସତୀଗୁଡା ଜଳ ଭଣ୍ଡାରରେ ମତ୍ସ୍ୟ ବିଭାଗ ପକ୍ଷରୁ ଛଡ଼ାଗଲା ୫୪ ହଜାରରୁ ଊର୍ଦ୍ଧ୍ଵ ଚିଙ୍ଗୁଡ଼ି ଯାଁଳା

Published By : Prameya | April 7, 2025 9:57 PM

ମାଲକାନଗିରି : ମସ୍ୟଜୀବୀଙ୍କ ରୋଜଗାର ବୃଦ୍ଧି ପାଇଁ ପ୍ରୟାସ। ସତୀଗୁଡା ଜଳ ଭଣ୍ଡାରରେ ୫୪ ହଜାରରୁ ଉର୍ଦ୍ଧ୍ଵ ଉନ୍ନତ ମାନର ଚିଙ୍ଗୁଡ଼ି ଯାଁଳା ଛଡା ଗଲା। ଜିଲ୍ଲା ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାର ସତୀଗୁଡା ଜଳ ଭଣ୍ଡାରରେ ଏହି ଚିଙ୍ଗୁଡି ଯାଁଳା ଗୁଡିକ ଛଡ଼ା ଯାଇଛି। 

ଏମଏମକେୱାଇ ଯୋଜନା ମଧ୍ୟମରେ ଏହି ଯାଁଳା ଗୁଡିକ ଛଡା ଯାଇଥିବା ବେଳେ ଜିଲ୍ଲାର ମାଥିଲି ବ୍ଲକରେ ଥିବା ରେଣୁ ଫିସ୍‌ ଫାର୍ମ ପକ୍ଷରୁ ଏହି ଉନ୍ନତ ମାନର ଚିଙ୍ଗୁଡି ଯୋଗାଇ ଦିଆଯାଇଛି। ପୂର୍ବରୁ ଜିଲ୍ଲାର ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରରେ ମଧ୍ୟ ଏହି ସମାନ ପ୍ରକାରର ଚିଙ୍ଗୁଡି ଯାଁଳା ଛଡା ଯାଇଛି। ତେବେ ଏହି ଉନ୍ନତ ମାନର ଚିଙ୍ଗୁଡିର ବିଶେଷତ୍ୱ ହେଉଛି ଏହା ଖୁବ କମ୍‌ ସମୟ ମଧ୍ୟରେ ବହୁତ ଅଧିକ ଓଜନର ହୋଇଯାଏ।

ଯାହା ଫଳରେ ମତ୍ସ୍ୟଜୀବୀ ମାନେ ଅଧିକ ଲାଭବାନ ହେବା ଆଶା ରହିଛି। ଏହି ଚିଙ୍ଗୁଡିର ଓଜନ ପ୍ରତି ବଜାର ଦାମ ପ୍ରାୟ ୫୦୦ଟଙ୍କାରୁ ଊର୍ଦ୍ଧ୍ଵ ରହିଥିବା ବେଳେ ମତ୍ସ୍ୟଜୀବୀ ମାନେ ମାଛ ଅପେକ୍ଷା ଏଥିରେ ଅଧିକ ଲାଭବାନ ହୋଇ ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ମାନେ ଏହି ଯାଁଳା ଛଡା ଯିବା ପରେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ ଗୌଡ, ଏଏଫଓ ମୁକେଶ ମାଝି, ମନୋଜ କୁମାର ଜେନା, ଆଇସିଏସ ସଂଗ୍ରାମ କେଶରୀ ବିଶ୍ଵାଳ ପ୍ରମୁଖଙ୍କ ସହ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.