ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

କାମରେ ଲାଗୁ ନାହିଁ ସତୀଗୁଡା କେନାଲ : ଜମିକୁ ମାଡୁନାହିଁ ପାଣି, ଖରାରେ ଫସଲ ପୋଡି ନଷ୍ଟ

Published By : Prameya | April 6, 2025 10:44 PM

ମାଲକାନାଗିରି,୬/୪ : ଜିଲ୍ଲା ସଦର ସତିଗୁଡ଼ା ଡ୍ୟାମରୁ ବାହାରିଥିବା ମୁଖ୍ୟ କେନାଲଟି କୋରୁକୋଣ୍ଡା ସଦର ମହକୁମା ପାର୍ଶ୍ଵ ଦେଇ ପ୍ରବାହିତ ହେଉଛି। ମୁଖ୍ୟକେନାଲର ଉଭୟ ପାର୍ଶ୍ଵରେ ବିଭିନ୍ନ ସ୍ଥାନରେ ମାଇନର କେନାଲ ମାନ ନିର୍ମାଣ କରାଯାଇ ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ହେଲେ କୋରୁକୋଣ୍ଡା ନିକଟ ଟେକବାଡ଼ି ମାଇନର କେନାଲଟି ପ୍ରାୟ ଚାରି କିଲୋମିଟର ପର୍ଯ୍ୟନ୍ତ ଲମ୍ବି ରହିଛି। ଉକ୍ତ କେନାଲର ଉଭୟ ପାର୍ଶ୍ଵରେ ପ୍ରାୟ ୩୦୦ରୁ ଅଧିକ ଏକର ଚାଷ ଜମିକୁ ପାଣି ଯୋଗାଇବା ନିମନ୍ତେ ଏହା ନିର୍ମାଣ କରାଯାଇଥିଲା। ହେଲେ ମୁଖ୍ୟ କେନାଲଠାରୁ ବାହାରିଥିବା ମାଇନର କେନାଲଟି ଠିକ ଭାବେ ନିର୍ମାଣ ହୋଇନଥିବା କାରଣରୁ ଉକ୍ତ କେନଲରେ ପାଣି ଆସିପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି ଉକ୍ତ ଅଞ୍ଚଳରେ ଧାନ ଚାଷ କରୁଥିବା ଚାଷୀମାନେ। 

ଚାଷୀଙ୍କ କହିବା ଅନୁଯାୟୀ ଗତ୨୦୨୫ ମସିହାରେ ଉକ୍ତ ମାଇନର କେନାଳରେ ସ୍ଥାନୀୟ ସତୀଗୁଡା ଜଳସେଚନ ବିଭାଗ ତରଫରୁ କିଛି ଦୂର କାର୍ଯ୍ୟ କରାଯାଇଥିଲା । ସେହି ସମୟରେ ଚାଷୀମାନେ ମିଳିତ ଭାବେ  ପାଣି ଆସିପାରୁନଥିବା, ଏହାର କାରଣ ମଧ୍ୟ ଜଣାଇଥିଲେ ଏବଂ ମୁଖ୍ୟ କେନାଲ ନିକଟ କେନାଲକୁ ମରାମତି କରିବାକୁ ଅନୁରୋଧ ମଧ୍ଯ କରିଥିଲେ । ହେଲେ ଚାଷୀଙ୍କ କଥାକୁ ଦାୟିତ୍ବରେ ଥିବା ଅଧିକାରୀ ଅଣଦେଖା କରି ନୂତନ କେନାଲ କାର୍ଯ୍ୟ ସାରିଦେଇଥିଲେ । ଅଞ୍ଚଳର ବହୁ ଚାଷୀ ଚଳିତ ଖରାଦିନିଆ ଧାନ ଚାଷ କରିଛନ୍ତି । 

ଦୀର୍ଘ ଦିନ ହେଲା ସେହି କେନାଲରେ ପାଣି ଆସୁନଥିବା କାରଣରୁ ଧାନ ଗଛ ପୋଡି ଯିବା ସହିତ ଜିମିଗୁଡିକ ଫାଟି ଆଁ କଲାଣି। ଉକ୍ତ କେନାଲଟି କୋରୁକୋଣ୍ଡା ସଦର ଠାରୁ କୁମ୍ଭାରଗୁଡ଼ା ପର୍ଯ୍ୟନ୍ତ ଲମ୍ବିଥ‌ିବା ବେଳେ ମୁଖ୍ୟ କେନାଲଠାରୁ ମାତ୍ର ଗୋଟିଏ କିମି ମଧ୍ୟ ପାଣି ଠିକ୍ ଭାବେ ଯାଇ ପାରୁନାହିଁ । ତେଣୁ ଶେଷ ମୁଣ୍ଡ କଥା ପଚାରେ କିଏ ବୋଲି ଉକ୍ତ ଅଞ୍ଚଳରେ ଧାନ ଚାଷ କରୁଥିବା କୈଳାସ ଚେଟି, କୈଳାସ ପାଳ, ଗଙ୍ଗା ଗୌଡ଼, ବାବୁଲି ମାଡ଼କାମୀ, କାଳୁ ଚରଣ ସାହୁ, ଗୌଡ଼, ବୁଦୁରା ମାଦ୍ରି ପ୍ରମୁଖ କହିଛନ୍ତି । ସେମାନେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିବା କହିଛନ୍ତି ଚାଷୀ । ଏନେଇ ସତିଗୁଡା ମଧ୍ୟମ ଜଳସେଚନ ଏସ୍‌ଡିଓ ଲଳିତ ମୋହନ ବେହେରାଙ୍କୁ ପଚାରିବାରୁ ସେ ଏନେଇ ଜାଣି ନଥିବାର କହିଛନ୍ତି । ହେଲେ ତୁରନ୍ତ ଏହାର ସମାଧାନ କରି ଉକ୍ତ ଅଞ୍ଚଳର ଚାଷୀଙ୍କୁ କିପରି ଭାବେ ପାଣି ମିଳିବ ସେନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.