କୋଣାର୍କ, ୦୯/୧୦: ଦୁଇଟି ବେଆଇନ କରତକଳ ଉପରେ ଗୋପ ବନ ବିଭାଗ ଓ ଭିଜିଲାନ୍ସ ପକ୍ଷରୁ ମିଳିତ ଚଢାଉ । ଗୋପ ବନ ବିଭାଗ ଅଧିନ ଦୁଇ ବେଆଇନ କରତକଳ ଉପରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି ।
ସୂଚନା ମୁତାବକ, ଗୋପ ବନବିଭାଗ ଅଧିନରେ ଖେଲାର ରଡ ବଜାର ନିକଟରେ ୨ ବେଆଇନ କରତକଳ ଥିବା ନେଇ ଖବର ପାଇଥିଲା ଭିଜିଲାନ୍ସ ଓ ଗୋପ ବନବିଭାଗ । ବୁଧବାର ସକାଳୁ ଗୋପ ବନ ବିଭାଗ ଓ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଗୋପ ବନ ବିଭାଗ ଅଧିନ ଦୁଇ ବେଆଇନ କରତକଳ ଉପରେ ଚଢାଉ କରିଥିଲା । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି । ଏନେଇ ଦୁଇ କରତକଳ ମାଲିକଙ୍କ ନାମରେ ବନ ବିଭାଗ ପକ୍ଷରୁ ୨ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।