ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଟେଲିକମ୍‌ ସେବାରେ ବାଧା ଉପୁଜିଲେ ସାହା ପାଲଟିବ ଭିଏଚ୍‌ଏଫ୍‌

ଭୁବନେଶ୍ୱର,୨୩/୧୦ : ବାତ୍ୟା ପ୍ରଭାବରେ ଅନେକ ଟେଲିକମ୍‌ ଟାୱାର ଉପୁଡ଼ିପାରେ । ଟେଲିକମ୍‌ ସେବାରେ ବାଧା ଉପୁଜିପାରେ । ପୁଲିସ ଓ ପ୍ରଶାସନିକ ସ୍ତରରେ ଯୋଗାଯୋଗ ବିଛିନ୍ନ ହେବାର ଆଶଙ୍କା ରହିଛି । ‘ଫନି’ ବାତ୍ୟା ଭଳି ଏଥର ବି ସାହା ପାଲଟିବ ଭିଏଚ୍‌ଏଫ (ଭେରି ହାଇ ଫ୍ରିକ୍ୟୁଏନ୍ସି) ସେବା । ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ସଙ୍କଟମୋଚକ ସାଜିବ । ଭିଏଚ୍‌ଏଫ୍‌ ଯୋଗେ ବାତ୍ୟାସ୍ଥଳର କ୍ଷତକ୍ଷତି ତଥ୍ୟ ମିଳିପାରିବ । 

‘ଫନି' ବେଳେ ପୁଲିସ ଓ ପ୍ରଶାସନ ପାଇଁ ଅମୋଘ ଅସ୍ତ୍ର ପାଲଟିଥିଲା ଭିଏଚ୍‌ଏଫ । ବାତ୍ୟାଟି ପୁରୀରେ ମାଡ଼ ହୋଇଥିବାରୁ ସେଠାକାର ଟେଲିଫୋନ୍‌ ଓ ଇଣ୍ଟରନେଟ ସେବା ଦୀର୍ଘ ସମୟ ଧରି ପୂରା ବନ୍ଦ ପଡି଼ଥିଲା । ରାଜଧାନୀ ସହ ପୁରୀର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା । ବାତ୍ୟା ମୁକାବିଲାରେ ମୁତୟନ ପ୍ରଶାସନିକ ଅଧିକାରୀଙ୍କୁ ବାତ୍ୟାର ଅପଡେଟ୍‌ ମିଳିନଥିଲା । ପୁଲିସର ଏହି ଭିଏଚଏଫ ସେବା ଯୋଗେ ସେଠାକାର ଧ୍ୱଂସଳୀଳାର ଟିକିନିଖି ତଥ୍ୟ ହସ୍ତଗତ ହୋଇଥିଲା । ସେହି ଅନୁସାରେ ଉଦ୍ଧାର କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା । 

ଫୋନିରୁ ମିଳିଥିବା ଏହି ଅଭିଜ୍ଞତାକୁ ଏଥର ଦାନା ବେଳେ ବ୍ୟବହାର ପାଇଁ ଯୋଜନା କରାଯାଇଛି । ପୁଲିସ୍‌, ଅଗ୍ନିଶମ ଓ ଅନ୍ୟ ଉଦ୍ଧାରକାରୀ ଦଳ ପାଇଁ ଭିଏଚ୍‌ଏଫ୍‌କୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲା ପ୍ରଶାସନ ସହ କଣ୍ଟ୍ରୋଲ ରୁମ୍‌ ସହିତ ଯୋଗାଯୋଗ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ପୁଲିସ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ମୁତାବକ, ପର୍ଯ୍ୟାପ୍ତ ପରିମାଣର ଭିଏଚଏଫ ମହଜୁଦ ରଖାଯିବ । ଏଥିପାଇଁ ଆବଶ୍ୟକୀୟ ବ୍ୟାଟେରି ଓ ଭିଏଚଫ ୟୁନିଟ୍‌ ଓ ଷ୍ଟାଟିକ ଭିଏଚଏଫ୍‌ ପ୍ରସ୍ତୁତ ମେକାନିକ ଜରିଆରେ ତୁରନ୍ତ କଣ୍ଟ୍ରୋଲ ରୁମ୍‌ ମରାମତି କରାଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.