ପ୍ରମୂଖ ଖବର
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଆସୁଛି ଦୀପାବଳି, ବଡ଼ବଡୁଆ ଡାକିବାକୁ ମିଳୁନି କାଉଁରିଆ କାଠି

ତିହିଡ଼ି, ୨୩/୧୦ : ଆସନ୍ତା ଅକ୍ଟୋବର ୩୧ ତାରିଖରେ ଦୀପାବଳି। ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ପିଠା ପଣା କରି ବଡ଼ ବଡୁଆଙ୍କୁ ଘର ଆଗ ଛକରେ ଡାକିଥାନ୍ତି ପରିବାର ଲୋକେ । ଏକ ସଙ୍ଗରେ କାଉଁରିଆ କାଠିକୁ ଜଳାଇ ସପରିବାରେ ସାହିପଡ଼ିଶା ମିଶି ଡାକନ୍ତି ବଡ଼ ବଡୁଆ ହୋ ଅନ୍ଧାରରେ ଆସ ଦୀପାବଳି ଆଲୋକ ଦେଖି ଆମକୁ ଆଲୋକିତ କର । ଏହା ଓଡ଼ିଶାର ଏକ ବଡ଼ ପର୍ବ । କିନ୍ତୁ ଦୀପାବଳି ପୂର୍ବରୁ ଗାଁ ହାଟରେ ବଡ଼ ବଡୁଆଙ୍କୁ ଡାକିବା ପାଇଁ ଆଉ କାଉଁରିଆ କାଠି ମିଳୁନାହିଁ । କାରଣ ଆଉ ନଳିତା ଚାଷ ପୂର୍ବ ଭଳି ଗାଁର ଚାଷୀ କରୁନାହାନ୍ତି । ସମସ୍ତେ ଧାନ ଓ ପରିବା ଚାଷ ପାଇଁ ମୁହାଁଇଛନ୍ତି । ଯେଉଥିପାଇଁ ଚଳିତ ଦୀପାବଳିରେ ଗାଁ ଗଣ୍ଡାରେ ବଡ଼ବଡୁଆଙ୍କୁ ଡାକିବାପାଇଁ କାଉଁରିଆ କାଠି ବା ନଳିତା କାଠି ମିଳୁନାହିଁ । ଗୋଟିଏ କାଠିକୁ ଟଙ୍କାକରେ ବିକ୍ରି ହେଉଛି । ଟଙ୍କାକରେ କିଲେ ଚାଉଳ ସରକାର ଦେଉଥିଲାବେଳେ ଏବେ ତାହା ମାଗଣା ହୋଇଯାଇଛି । କିନ୍ତୁ ଟଙ୍କାକରେ ଖଣ୍ଡିଏ କାଉଁରିଆ କାଠି ତାହା ପୁଣି ପୂର୍ବ ପୁରୁଷଙ୍କୁ ଡାକିବାକୁ ବିକ୍ରିହେବା ଚର୍ଚ୍ଚାର ବିଷୟ ହୋଇଛି ।  

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ନଳିତା ଚାଷର ପ୍ରସାର ପାଇଁ ବ୍ୟାପକ ଭିତ୍ତିଭୂମି ଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଏହି ଚାଷର ବିକାଶ ଆଶାନୁରୂପ ହୋଇପାରୁ ନାହିଁ । ଜଣାଯାଏ ତିହିଡ଼ି ବ୍ଲକର ବୋଡ଼କ, ତଳଗୋପବିନ୍ଧା, ବିଲଣା, ଦେଉଳା, ମାଙ୍କଡ଼କୋଲା, କୁବେରା, ବାରୋ, ଈଶ୍ୱରପୁର, କାଁପଡା, ବାହାବଳପୁର, ମାଟିଆସାହି ଆଦି ଅଞ୍ଚଳରେ ନଳିତା ଚାଷ ପାଇଁ ବ୍ୟାପକ ଭିତ୍ତିଭୂମି ରହିଛି । ତିହିଡ଼ି ବ୍ଲକର ଏହି ସବୁ ଅଞ୍ଚଳ ଦେଇ ରେବ, ଗେଙ୍ଗୁଟୀ, ମନ୍ତେଇ, କୁଣ୍ଡି, ସାଳନ୍ଦୀ ଆଦି ନଦୀ ବହିଯାଇଥିବାରୁ ନଦୀ କୂଳରେ ଚାଷୀମାନେ ନଳିତା ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ପ୍ରତିବର୍ଷ ଏହି ସବୁ ଅଞ୍ଚଳରୁ ନଳିତା ଚାଷ ହୋଇ ଟନ ଟନ ଝୋଟ ଆମଦାନୀ ହୋଇଥାଏ । ଚାଷୀମାନେ ଏହି ଝୋଟ ରପ୍ତାନୀ କରି ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ ହୋଇପାରନ୍ତି । ବିଶେଷ କରି ତିହିଡ଼ି ଅଞ୍ଚଳର ଝୋଟ ଧାନମଣ୍ଡଳଠାରେ ଥିବା ଝୋଟ କଳକୁ ଯାଏ । କିନ୍ତୁ ଏବେ ତାହା ବନ୍ଦ ହୋଇଯାଇଛି । 

ତିହିଡ଼ି ବ୍ଲକର ୨୧ ହଜାର ହେକ୍ଟର ଚାଷ ଜମି ମଧ୍ୟରୁ ପ୍ରତିବର୍ଷ ୨ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ନଳିତା ଚାଷ କରାଯାଉଥିଲା । ତେବେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ତାହା ୫୦ ରୁ ୬୦ ହେକ୍ଟର ଚାଷ ଜମିକୁ ଖସି ଆସିଲାଣି । ଚାଷୀମାନଙ୍କର ସମସ୍ୟାକୁ ଦୂର କରିବା ପାଇଁ କୃଷି ବିଭାଗ ନାରାଜ । ନଳିତା ଚାଷ ସମୟରେ ଚାଷୀମାନଙ୍କୁ ଉପଯୁକ୍ତ ବିହନ, ବୈଷୟିକ କୌଶଳ ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ନଥିବା ନେଇ ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଲୋକେ କେବଳ ଧାନଚଷ ଓ ପନିପରିବା ଚାଷକୁ ଗୁରୁତ୍ୱ ଦେଉଥିବାରୁ ତିହିଡ଼ି ବ୍ଲକରେ କେବଳ ନଳିତା ଚାଷ ନୁହଁ ଆଖୁ ଚାଷ ମଧ୍ୟ ବୁଡ଼ିଯିବାକୁ ବସିଲାଣି । ବ୍ଲକର ତଳଗୋପବିନ୍ଧା ଓ କୁବେରା ପଞ୍ଚାୟତରେ ହେଉଥିବା ଆଖୁଚାଷ ଧିରେ ଧିରେ ବୁଡିଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.