ପ୍ରମୂଖ ଖବର
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଆନ୍ଧ୍ର ପାଣି ଓ ଓଡ଼ିଶା ବିଜୁଳିରେ ଚାଲିଛି ସୀମାନ୍ତ ପଣସପୁଟ

ନନ୍ଦପୁର,୨୩/୧୦ : ପଡ଼ୋଶୀ ଆନ୍ଧ୍ରପ୍ରଦେଶର ପାଣି, ଓଡି଼ଶାର ବିଦ୍ୟୁତ୍‌ରେ ଚାଲିଛି ଏକ ସୀମାନ୍ତ ଗାଁ । ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚିପାରିନି ମୌଳିକ ସୁବିଧା । ପାହାଡ଼ ଉପରେ ଥାଇ ଏବେବି ଗ୍ରାମବାସୀ ବିଡ଼ମ୍ବିତ ଜୀବନ ଜିଉଁଛନ୍ତି । ଏ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ ଆନ୍ଧ୍ର ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତର ପଣସପୁଟ ଗାଁରେ ।  

ମିଳିଥିବା ସୂଚନା ଅନୁଯାୟୀ, ପାହାଡ଼ ଉପରେ ରହିଛି ପଣସପୁଟ ଗାଁ । ଗାଁରେ ଆଦିବାସୀ ସଂପ୍ରଦାୟର ୩୦ ପରିବାରର ୧୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ଆଜିପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତା ନାହିଁ । ଏଥିଯୋଗୁ ବିଭିନ୍ନ ସମୟରେ ଯାତାୟାତ ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଜରୁରି ସମୟରେ ଆସିପାରୁନି ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି଼ । ଫଳରେ ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ମେଡିକାଲ୍‌ ନେବାକୁ ପଡୁଛି । ଗାଁରେ ଆଜିପର୍ଯ୍ୟନ୍ତ ପାନୀୟଜଳ ସୁବିଧା ନାହିଁ । ଯେଉଁ ପାଣି ସୁବିଧା ରହିଛି, ତାହା ମଧ୍ୟ ଆନ୍ଧ୍ର ତରଫରୁ କରାଯାଇଛି । ଗାଁରେ ଟାଙ୍କି ସ୍ଥାପନ କରି ପାହାଡ଼ିଆ ଝରଣା ପାଣିକୁ ଟ୍ୟାପ୍‌ ମାଧ୍ୟମରେ ଗାଁ ଲୋକଙ୍କୁ ଯୋଗାଇ ଦିଆଯାଇଛି । 

ଓଡ଼ିଶା ସରକାର ତରଫରୁ କେବଳ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥାକୁ ଛାଡ଼ିଦେଲେ ଗାଁ ଲୋକଙ୍କୁ ରାସ୍ତା, ପାଣି, ପ୍ରାକ୍‌ଶିକ୍ଷା, ସ୍ୱାସ୍ଥ୍ୟ, ଭତ୍ତା, ଆବାସ ଆଦି ମୌଳିକ ସୁବିଧା ପହଞ୍ଚାଇବାରେ ଓଡିଶା ପ୍ରଶାସନ ବିଫଳ ହୋଇଛି । ଅଙ୍ଗନବାଡ଼ି, ବିଦ୍ୟାଳୟ, ଉପସ୍ୱାସ୍ଥ୍ୟକେନ୍ଦ୍ର ଓ ବଜାର ଆଦି ପାଇଁ ୪ କିମି ଦୂର ଅଣ୍ଡରଗୁଡ଼ା ଗାଁ ଉପରେ ନିର୍ଭର କରୁଛନ୍ତି ସେମାନେ । ଏମିତିକି ପିଡିଏସ୍‌ ଚାଉଳ, ଭତ୍ତା ସାଙ୍ଗକୁ ଅସୁବିଧା ସମ୍ପର୍କରେ ଅଭିଯୋଗ କରିବାକୁ ହେଲେ ସେମାନଙ୍କୁ ୧୫ କିମି ଦୂର ପଞ୍ଚାୟତ ଓ ୬୦ କିମି ଦୂର ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ଯିବାକୁ ପଡୁଛି ।  ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ବି ଗାଁର ୮୦ ପ୍ରତିଶତ ଲୋକ ଜିଲ୍ଲା ସଦର ମହକୁମା କ’ଣ ଜାଣିନାହାନ୍ତି କି ଦେଖିନାହାନ୍ତି । ଶୂନ୍‌ରୁ ୬ ବର୍ଷ ଶିଶୁ, କିଶୋର କିଶୋରୀ ଓ ଅଧାରୁ ଅଧିକ ଲୋକଙ୍କ ପାଖରେ ଆଧାରକାର୍ଡ ନାହିଁ । ଯାହାଫଳରେ ସେମାନେ ରେସନ୍‌କାର୍ଡ ଓ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଆବାସ ଯୋଜନାରେ ଗାଁ ଲୋକଙ୍କୁ ସାମିଲ କରାଯାଇନଥିବାରୁ ଆଜି ପର୍ଯ୍ୟନ୍ତ ଗାଁରେ ଗୋଟିଏ ହେଲେ ପକ୍କା ଘର ନାହିଁ । 

କେତେକ ଲୋକ ଆନ୍ଧ୍ର ସ୍ୱେଛାସେବୀ ଅନୁଷ୍ଠାନର କର୍ମଚାରୀଙ୍କ ସହାୟତାରେ ଆନ୍ଧ୍ର ତରଫରୁ ରାସନ୍‌କାର୍ଡ, ଆଧାରକାର୍ଡ, ବ୍ୟାଙ୍କ ଖାତା, ୪ରୁ ୫ ଜଣ ପିଲାଙ୍କ ପାଇଁ ଶିକ୍ଷା ସହାୟତା ମିଳିଛି । ଗାଁର ବିଧବା ଲିମା ହନ୍ତାଳଙ୍କ ସ୍ୱାମୀ ମୋହନରାଓ ହନ୍ତାଳଙ୍କ ମୃତ୍ୟୁକୁ ଦୀର୍ଘ ୧୨ବର୍ଷ ଏବଂ ନାଗ ଦେବୀ ହନ୍ତାଳ ସ୍ୱାମୀ ଜୟ ହନ୍ତାଳଙ୍କ ମୃତ୍ୟୁର ୨ବର୍ଷ ବିତିଯାଇଥିଲେ ବି ସେମାନେ ବିଧବା ଭତ୍ତାରୁ ବଞ୍ଚିତ ଅଛନ୍ତି । ଏ ସମ୍ପର୍କରେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବାରମ୍ବାର ନିବେଦନ କରିଛନ୍ତି । ହେଲେ ସେମାନେ ନିଜ ନିଜ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର କେମିତି ପାଇବେ ସେ ସମ୍ପର୍କରେ ଜାଣିନାହାନ୍ତି । ଫଳରେ ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଅଶିକ୍ଷାର ଅମା ଅନ୍ଧାରରେ ଥିବାରୁ ଗାଁ ଲୋକେ ଏବେବି ଜଙ୍ଗଲରେ ବଣ ମଣିଷଙ୍କ ଭଳି ଜୀବନ ବିତାଉଛନ୍ତି । ଜିଲ୍ଲା ପ୍ରଶାସନ ସୀମାନ୍ତ ଅଞ୍ଚଳରେ ଥିବା ଏହି ଗାଁ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଣସପୁଟ ଗାଁର ବିକାଶ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.