ପ୍ରମୂଖ ଖବର
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ

ନବରଙ୍ଗପୁର,୨୩/୧୦: ନିଖୋଜ ହୋଇଥିଲେ ନାବାଳକ । ୧୬ ଦିନ ପରେ ଗୁରୁସିଙ୍ଗା ଜଙ୍ଗଲରୁ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଝରିଗାଁ ବ୍ଳକ ସଦର ମହକୁମାର ସୁଭାଷ ପାଣ୍ଡେଙ୍କ ୧୫ ବର୍ଷର ନାବାଳକ ପୁଅ କ୍ଷୀରଧର ପାଣ୍ଡେ ବୋଲି ଜଣାପଡ଼ିଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଗୁରୁସିଙ୍ଗା ଜଙ୍ଗଲରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଝରିଗାଁ ବ୍ଳକ ସଦର ମହକୁମାର ସୁଭାଷ ପାଣ୍ଡେଙ୍କ ୧୫ ବର୍ଷୀୟ ନାବାଳକ ପୁଅ କ୍ଷୀରଧର ପାଣ୍ଡେ ଅକ୍ଟୋବର ୮ ତାରିଖରେ ମଧ୍ୟାହ୍ନ ଗୋଟାଏ ବେଳେ ଘରୁ ବାହାରି କୁଆଡ଼େ ଚାଲି ଯାଇଥିଲେ । ପରେ ପରିବାରଲୋକେ ନିଜ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ । ହେଲେ ପୁଅର କୌଣସି ପତ୍ତା ମିଳି ନଥିଲା । ପରେ ଅକ୍ଟୋବର ୧୦ ତାରିଖରେ ଝରିଗାଁ ଥାନାରେ ପୁଅ ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ପରିବାରଲୋକେ । 

ତେବେ ବୁଧବାର ସକାଳୁ ଗୁରୁସିଙ୍ଗା ଜଙ୍ଗଲ ମଧ୍ୟରେ କିଛି ମହିଳା କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ଗଳିତ ଶବ ଦେଖି ଗାଁ ଲୋକଙ୍କୁ କହିଥିଲେ । ପରେ ଗାଁ ଲୋକେ ଝରିଗାଁ ପୋଲିସକୁ ଏହି ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ଉକ୍ତ ମୃତଦେହଟି ୧୬ ଦିନ ଧରି ନିଖୋଜ ଥିବା କ୍ଷୀରଧର ପାଣ୍ଡେଙ୍କ ହିଁ ମୃତ୍ୟୁଦେହ ବୋଲି ଜାଣିବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ । ଏହା ଜାଣି ପୋଲିସ ଏକ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ତଦନ୍ତ ଚଳାଇଛି । ତେବେ ଏହା ଏକ ହତ୍ୟା ନା ଆତ୍ମହତ୍ୟାର ତାର ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.