ଚନ୍ଦାହାଣ୍ଡି - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଫୁଡ୍ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି। ମିଲେଟ ମିଶନ ସଂଯୋଜକ ମହେଶ୍ୱର ଦାସଙ୍କ ତତ୍ତ୍ୱାବଧାନରେ ଚନ୍ଦାହାଣ୍ଡି ବ୍ଲକ ପରିସରରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ମିଷ୍ଠାନ୍ନର ଷ୍ଟଲ ଲାଗି ଥିଲା। ଶ୍ରୀ ଅନ୍ନ ମେଳା ମିଲେଟ ମିଶନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଲୋକଙ୍କୁ ମାଗଣାରେ ମାଣ୍ଡିଆରେ ପ୍ରସ୍ତୁତ ମିଷ୍ଠାନ୍ନ ଖାଇବାକୁ ଦିଆ ଯାଇଥିଲା। ଏହାକୁ ପ୍ରସ୍ତୁତ କରିଥିଲେ ଡିଏଲଏଫ କୌଶଲ୍ୟା ପାଣ୍ଡେଙ୍କ ନେତୃତ୍ୱରେ ଓମ ସାଇରାମ ଏସଏସଜି ଦଣ୍ଡାମୁଣ୍ଡା, ମାଆ ବସ୍ତ୍ରୟନ ଏସଏସଜି ନୂଆପଡା, ମହାଲକ୍ଷ୍ମୀ ଏସଏସଜି ଧୋଡ଼ିପାଣି, ଶିବଶକ୍ତି ଏସଏସଜି ବନ୍ଦକୋନା, ମହାଲକ୍ଷ୍ମୀ ଏସଏସଜି ମାଲଗାଁର ସଦସ୍ୟାମାନେ।
ମାଣ୍ଡିଆରେ ପ୍ରସ୍ତୁତ ପକୋଡା, ଜିଲାପୀ, ହଳବା, ବରଫି, ଚକୁଳି, କାକରା, ମିକ୍ସଚର, ମାଣ୍ଡିଆ, ଖିରି କାଙ୍ଗୁ ଖିରି ପ୍ରସ୍ତୁତ କରି ବ୍ଲକ ଅଧିକାରୀ, କର୍ମଚାରୀ ଅନ୍ୟ ସରକାରୀ କର୍ମଚାରୀ , ଜନପ୍ରତିନିଧି ମାନେ ଏହାକୁ ଖାଇଥିଲେ ଏବଂ ଏହାର ସୁସ୍ୱାଦରେ ପ୍ରଶଂସା କରି ଥିଲେ। ମାଣ୍ଡିଆ ପ୍ରସ୍ତୁତ ମିଷ୍ଠାନ୍ନ ଏବଂ ମାଣ୍ଡିଆ ଚାଷକୁ ବଞ୍ଚାଇ ରଖିବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ। ଏଥିରେ ଜିଲ୍ଲା ମିଲଟ ମିଶନ ନିର୍ଦେଶ ପ୍ରଭୁସାହା ବେପାରୀ ଏବଂ ଏକାଉଣ୍ଟେଣ୍ଟ ସୋନାଲି ସାଧୁ ଯୋଗ ଦେଇଥିଲେ। ବ୍ଲକ ସଭାଗୃହରେ ଏସଏସଜି ଏବଂ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଏକ ବୈଠକର ଆୟୋଜନ କରି ଥିଲେ। ଏହା ସହ ମାଣ୍ଡିଆର ରୋଗ ନିରାକରଣ ଏବଂ ଏହାର ଆର୍ଥିକ ବିକାଶ ଦିଗରେ ଏକ ବୈଠକ କରି ଏହା ବିଷୟରେ ଆଲୋଚନା କରିଥିଲେ। ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ ଏସଏସଜି ଏବଂ ଚାଷୀଙ୍କୁ ନେଇ ଏକ ତାଲିମ୍ ପ୍ରଦାନ କରିବା ସହ ଧୋଡ଼ିପାଣି ପଞ୍ଚାୟତରେ ବିଭିନ୍ନ ମିଷ୍ଠାନ୍ନ ପ୍ରସ୍ତୁତ ବାବଦରେ ତାଲିମ୍ ପ୍ରଦାନ କରିଥିବା ନେଇ ସେ ଗଣମାଧ୍ୟମକୁ ପ୍ରକାଶ କରି ଥିଲେ।
ଚନ୍ଦାହାଣ୍ଡି ଠାରେ ଏକ କାଫେ ଆରମ୍ଭ କରି ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ମିଷ୍ଠାନ୍ନ ଜଳଖିଆ ସୁଲଭ ମୂଲ୍ୟରେ ଯୋଗାଇ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବାର ଲକ୍ଷ ରହିଛି। ଏଥିପାଇଁ ସରକାରୀ ଯାଗା ଯୋଗାଇ ଦେବା ନିମନ୍ତେ ସେ ବିଡିଓ ରାମକୃଷ୍ଣ ନାୟକ, ଏବଂ ତହସିଲଦାର ସହଦେଵ କୂତୃକାଙ୍କୁ ନିବେଦନ କରିଛନ୍ତି। ବ୍ଲକ ପରିସରରେ ଗତ କାଲି ଠାରୁ ମାଣ୍ଡିଆ ମିଷ୍ଠାନ୍ନ ଷ୍ଟଲ ଲାଗି ଆଜି ସମାପ୍ତ ହୋଇଛି।
ଆଜି ଶେଷ ଦିନରେ ବିଡ଼ିଓ ରାମକୃଷ୍ଣ ନାୟକ ଯୋଗଦାନ ଦେଇ ମାଣ୍ଡିଆ ମିଷ୍ଟାନ୍ନ ଖାଇବା ସହ ଏହାର ସୁସ୍ୱାଦୁକୁ ନେଇ ପ୍ରଶଂସା କରିବା ସହ ଆଗକୁ ଏହାକୁ ଆଗକୁ ବଢ଼ାଇବା ପାଇଁ ଆହ୍ୱାନ ଦେଇଥିଲେ। ମାଣ୍ଡିଆ ପ୍ରସ୍ତୁତ ମିଷ୍ଠାନ୍ନ ଦ୍ୱାରା ପ୍ରଶାସନର ସହଯୋଗ ହେଲେ ସ୍ୱୟଂ ସହାୟିକା ଗୋଷ୍ଠୀ ଅଧିକା ରୋଜଗାର କ୍ଷମ ହୋଇ ପାରିବୁ ବୋଲି ଡିଏଲଏଫ କୌଶଲ୍ୟା ପାଣ୍ଡେ, ବିଏଲଏଫ ମଞ୍ଜୁଳତା ନାୟକ, ସ୍ୱୟଂ ସହାୟିକା ସଦସ୍ୟା ଧରିତ୍ର ମଞ୍ଜୁରୀ ପଟ୍ଟନାୟକ, ଅନୁସୂଆ ସାହୁ ଲାବଣ୍ୟବତୀ ପଟ୍ଟନାୟକ, ଏବଂ ରିତା ମହାନ୍ତି ପ୍ରକାଶ କରିଛନ୍ତି । ଏଥିରେ ସିଡିପି ଓ ସୁଦର୍ଶନୀ ରଥ, ମିଶନ ଶକ୍ତି ବି ପି ସି ବନମାଳୀ ଖୋସଲା, ମିଶନ ଶକ୍ତି ମହାସଙ୍ଘ ସଭାନେତ୍ରୀ ଗୌରୀ ବେହେରା, ସମ୍ପାଦିକା, ପ୍ରତିମା ଦାସ ଅଙ୍ଗନୱାଡି କର୍ମୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।