ଉମରକୋଟ, ୨୩/୧୨ : ହାର୍ଡକୋର୍ ମାଓନେତା ପ୍ରଭାକର ଗିରଫ। ପୋଷ୍ଟର ମାଧ୍ୟମରେ ସୂଚନା ଦେଲେ ମାଓବାଦୀ। ଛତିଶଗଡ଼ କାଙ୍କେର ଜିଲ୍ଲା ଅନ୍ତାଗଡ଼ ଥାନା ନୟାପାରା ନଦୀ କଡ଼ରୁ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ପ୍ରଭାକରକୁ ଗିରଫ କରାଯାଇଥିଲେ ସୁଦ୍ଧା ତାକୁ କୋର୍ଟରେ ହାଜର କରାଯାଇନଥିବା ଉଲ୍ଲେଖ କରାଯାଇଛି।
ସୂଚନାନୁଯାୟୀ, ଡିସେମ୍ଵର ୧୯ ତାରିଖରେ ଅନ୍ତଗଡ଼ ଅଞ୍ଚଳରୁ ମାଓନେତା ପ୍ରଭାକରକୁ ପୋଲିସ ଗିରଫ କରିଥିଲା। ପୋଲିସ ଇନଫର୍ମର ଠାରୁ ଖବର ପାଇ ଘେରାବନ୍ଦୀ କରି ପ୍ରଭାକରକୁ ଗିରଫ କରାଯାଇଥିଲା। ପ୍ରଭାକର ୧୯୯୭ରୁ ସଙ୍ଗଠନରେ ଯୋଗ ଦେଇଥିବା ବେଳେ ତା ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି। ପ୍ରଭାକରକୁ କୋର୍ଟରେ ହାଜର କରାଯାଇନଥିବାରୁ ମାଓବାଦୀମାନେ ପୋଷ୍ଟର ଜାରି କରିଥିଛନ୍ତି। ପ୍ରଭାକରକୁ ତୁରନ୍ତ କୋର୍ଟରେ ହାଜର କରିବାକୁ ଦାବି କରିଛନ୍ତି।