ପ୍ରମୂଖ ଖବର

ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ

Published By : Harapriya Sethi | December 23, 2024 2:32 PM

ଭଞ୍ଜନଗର,୨୩/୧୨: ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ କଲେ ଦୁର୍ବୃତ୍ତ । ଗୁରୁତର ହୋଇଥିବା ଯୁବକ ଜଣକ ଜିତୁ ଦଳାଇ ବୋଲି ଜଣାପଡ଼ିଛି । ଏହି ଆକ୍ରମଣରେ ତାଙ୍କର ଦୁଇ ଗୋଡ଼ ଏବଂ ହାତ ଭାଙ୍ଗି ଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରୁଛି ପୋଲିସ ।  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଜଳର ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ଗାଁରେ ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ନିମପଦର ଗାଁରେ ଜିତୁ ଦଳାଇ ନାମକ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କର ଦୁଇ ଗୋଡ଼ ଏବଂ ହାତ ଭାଙ୍ଗି ଯାଇଛି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବୁଗୁଡ଼ା ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛି । ସେଠାରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.