ବାସୁଦେବପୁର, ୨୩/୧୦: ବାତ୍ୟା 'ଦାନା'କୁ ନେଇ ପ୍ରସ୍ତୁତ ହେଉଛି ପ୍ରଶାସନ । ସେଥିପାଇଁ ବାସୁଦେବପୁର ବ୍ଲକ୍ରେ ଓଡ୍ରାଫ ଟିମ୍ ପହଞ୍ଚିଛି । ଏନେଇ ଭଦ୍ରକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ଆଦେଶ ମୁତାବକ ବୁଧବାର ଭୋର ସମୟରେ ଓଡ୍ରାଫ ସବଇନିସ୍ପେକ୍ଟର ପ୍ରଦୀପ ଦଣ୍ଡପାଟ ୩ ଟି ଓଡ୍ରାଫ ଟିମ୍ ନେଇ ବାସୁଦେବପୁର ବ୍ଲକ୍ରେ ପହଞ୍ଚିଛନ୍ତି ।
ଏହି ୩ଟି ଟିମ୍ରେ ମୋଟ୍ ୩୩ ଜଣ ସଦସ୍ୟ ରହିଛନ୍ତି । ତେବେ ଏହି ୩ଟି ଟିମ୍ ମଧ୍ୟରୁ ଗୋଟିଏ କାଶିଆ ସମୁଦ୍ର ମୁହାଁଣ, ଗୋଟିଏ ଚୂଡ଼ାମଣି ଏବଂ ଆଉ ଏକ ଟିମ୍ ବାସୁଦେବପୁର ମୁଖ୍ୟ କାର୍ଯ୍ୟାଳୟରେ ରହିବା ନୋଇ ସୂଚନା ମିଳିଛି ।