ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ମାଡ଼ି ଆସୁଛି ବାତ୍ୟା, ‘ଦାନା’ ନେଇଯିବ କି ଚାଷୀଙ୍କ ଦାନା

ବାଲିପାଟଣା, ୨୩/୧୦ : ‘ଦାନା’ ମାଡ଼ି ଆସୁଛି । ଚାଷୀଙ୍କ ବର୍ଷକର ଦାନା ଛଡାଇନେବ! ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟରେ ଭୟଭୀତ ବାଲିପାଟଣା ବ୍ଲକ ଅଞ୍ଚଳର ଚାଷୀକୁଳ । ‘ଦାନା’ ଉଜାଡିବ ନେବ କି ଶହଶହ ହେକ୍ଟର ଜମିର ଫସଲ । ଏବେ ‘ଦାନା’ ଚିନ୍ତାରେ ‘ଅରିଶୋ’ରୁ ରାଜସ, ‘ଅଲାଇ’ରୁ ‘ଅରିଲୋ’, ‘ବିଶୁନିଆପଡ଼ା’ରୁ ‘ବିଶ୍ୱାଳପଡ଼ା’, ‘ମାଣିକପୁର’ରୁ ‘ପଦ୍ମପୁର’ ‘ସରିପୁର’ ଏମିତି କେତେ କେତେ ଗାଁର ଚାଷୀକୁଳ । ମହାବାତ୍ୟା, ଫାଓଲିନ, ହୁଡ଼ହୁଡ, ତିତ୍‌ଲି ଆଦି ବାତ୍ୟାରେ ବିପୁଳ କ୍ଷତି ସହିଥିବା ଏବଂ ଏଯାଏ ଅଣ୍ଟା ସଳଖି ପାରି ନ ଥିବା ବାଲିପାଟଣା ବ୍ଲକ ଅଞ୍ଚଳର ସଂଖ୍ୟାଧିକ ଚାଷୀଙ୍କୁ ‘ଦାନା’ ଡ଼ରାଇଲାଣି । ଏହି କାରଣରୁ ଦାନା ପାଇଁ ଚାଷୀ ଚିନ୍ତିତ, ଭୟଭୀତ ବି ।  ଏବେ କେଉଁଠି ଧାନ ଗଛରେ ଥୋଡ଼ ବାହାରିଛି ତ ଆଉ କେଉଁଠି କିଛି ଖିର ଢୋକୁଛି । କେଉଁଠି ଧାନ କେଣ୍ଡା ବାହାରିଗଲାଣି ଆଉ କେଉଁଠି ଧାନ ଗଛ ଅଧା ପାଚିବା ଅବସ୍ଥାକୁ ଆସିଗଲାଣି । ‘ବାଲିପାଟଣା କୃଷକ ମହା ମଞ୍ଚ’ର ରିପୋର୍ଟ କହୁଛି ୫% ନୂଆ ଧାନ ଏଯାଏ ଅମଳ ବି ହୋଇପାରିନାହିଁ । 

ବାଲିପାଟଣା ବ୍ଲକ କୃଷି ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ବାଲିପାଟଣା ବ୍ଲକରେ ୯୫୭୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହୋଇଛି । ସେଥି ମଧ୍ୟରୁ ସାଢେ ୪ ହଜାର ହେକ୍ଟର ଖାଲୁଆ ଜମି ବୋଲି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦିଆଯାଇଛି । ୨୨୦୦ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ପରିବା ଚାଷ ହୋଇଛି । ୨ରୁ ୩ଶହ ହେକ୍ଟର ଖାଲୁଆ ଜମିରେ ବି ଚାଷ ହୋଇଛି । ପବନ, ବର୍ଷା ହେଲେ ଏହି ଖାଲୁଆ ଚାଷ ଜମି ଅଧିକ ପ୍ରଭାବିତ ହେବ ବୋଲି କୃଷି ବିଭାଗ ଆକଳନ କରିଛି । ଏହି ପ୍ରତିନିଧି ମଙ୍ଗଳବାର ବାଲିପାଟଣା ବ୍ଲକର ବିଭିନ୍ନ ଅଞ୍ଚଳର ଚାଷୀକୁଳକୁ ଭେଟି ସମ୍ଭାବ୍ୟ ବାତ୍ୟା ‘ଦାନା’ ନେଇ ମତାମତ ସଂଗ୍ରହ କରିଥିଲା। ବାଗଲପୁର ଗ୍ରାମର ଚାଷୀ ବିଜୟ ପ୍ରଧାନ ‘ଦାନା’ ଦାନା ଛଡେଇ ନେବା ଆଶଂକାରେ ରହିଥିବା କହିଛନ୍ତି । ଏଥର ବାବୁ ବିଜୟ ୩ ଏକରରୁ ଅଧିକ ଜମିରେ ଧାନ ଚାଷ କରିଛନ୍ତି। ଏଥିରେ ସେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ତାଙ୍କର ଧାନ ଥୋଡ ଅବସ୍ଥାରେ ଅଛି। ସରାଟ ଶାସନ ଗ୍ରାମର କାର୍ତ୍ତିକ ଚନ୍ଦ୍ର ଦାଶ ୩ ଏକର ଜମିରେ ଖରିଫ ଧାନ ଚାଷ କରିଛନ୍ତି । ଏବେ ତାଙ୍କ ଜମିରେ ଧାନ କେଣ୍ଡା ସବୁ ବାହାରିଲାଣି । ବର୍ଷା ପବନ ହେଲେ ଧାନ ଗଛ ଭାଙ୍ଗି ଯିବାର ଭୟ ଘାରିଛି ବାବୁ କାର୍ତ୍ତିକଙ୍କୁ । 

ସମ୍ଭାବ୍ୟ ବାତ୍ୟା ଦାନାକୁ ଲକ୍ଷ୍ୟ ରଖି ବାଲିପାଟଣା ବ୍ଲକ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି। ତହସିଲଦାର କଳ୍ପନା ଦାଶଙ୍କ ଆଦେଶ ଅନୁଯାୟୀ କୃଷି ଏବଂ ଉଦ୍ୟାନ କୃଷି ବିଭାଗ ଅଧିକାରୀ ମାନେ ଧାନ ଏବଂ ପରିବା ଫସଲ ଚିଠା ପ୍ରସ୍ତୁତ କରିଛନ୍ତି । ବାଲିପାଟଣା ବ୍ଲକ ଅଞ୍ଚଳରେ ବାଇଗଣ, ଭେଣ୍ଡି, ମୂଳା, କାକୁଡି, କଖାରୁ, ପୋଟଳ, ଝୁଡୁଙ୍ଗ, ବିନ, କଲରା ଶାଗ, ଧନିଆ, ଲଙ୍କା, ବନ୍ଧା ଓ ଫୁଲ କୋବି, କଦଳୀ, ଅମୃତ ଭଣ୍ଡା ଆଦି ପରିବା ଚାଷ ହୋଇଥାଏ । ଏହି ଅଞ୍ଚଳର ସବୁଜ ପରିବା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସହରକୁ ପଠାଯାଇଥାଏ । ମହୁଖଣ୍ଡା ଗ୍ରାମର ଚାଷୀ ରତିକାନ୍ତ ପ୍ରଧାନ ଏଥର ୫ ଏକରରୁ ଊଦ୍ଧ୍ୱର୍ ଜମିରେ ମୂଳା, ଶାଗ, ପୋଟଳ ଚାଷ କରିଛନ୍ତି । ଚାଷରେ ତାଙ୍କର ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବାତ୍ୟା ନା ଶୁଣିଲେ ଏବେ ତାଙ୍କୁ ଭୟ ଲାଗୁଥିବା କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.