ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ବଡ଼ଗଡ଼ ବ୍ରିଟ କଲୋନୀକୁ ବାତ୍ୟା ଭୟ, ପାଣିରେ ଡୁବିବ ୨୪୮ ଘର !

ଭୁବନେଶ୍ୱର,୨୩/୧୦ : ବଡଗଡ ବ୍ରିଟ୍‌ କଲୋନୀ ଅନ୍ତର୍ଗତ ଇଏ କଲୋନୀ ବାସିନ୍ଦାଙ୍କ ମଧ୍ୟରେ ବାତ୍ୟା ଭୟ ଘାରିଛି । ବାତ୍ୟା ନିକଟତର ହେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୌଣସି ଆପାତଃ କାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ । ଫଳରେ ପ୍ରବଳ ବର୍ଷାରେ ଏହି ଅଞ୍ଚଳରେ ପ୍ରାୟ ୨୪୮ଟି ଘରେ ପାଣି ପଶିବା ଆଶଙ୍କା ଦେଖା ଦେଇଛି । ଅବ୍ୟବସ୍ଥିତ ଡ୍ରେନ ନିର୍ମାଣ ଯୋଗୁଁ ଇଏ କଲୋନୀ ବାସିନ୍ଦା ବର୍ଷ ବର୍ଷ ଧରି ଜଳବନ୍ଦୀ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଅସରାଏ ବର୍ଷା ହେଲେ ଉପର ମୁଣ୍ଡରୁ ନର୍ଦ୍ଦମା ପାଣି ଓ ବର୍ଷା ପାଣି ମାଡି ଆସୁଛି। ଯେତିକି ଛୋଟ ଡ୍ରେନ ଅଛି ସେଥିରେ ଜଳ ନିଷ୍କାସନ ଠିକଣା ଭାବେ ହୋଇ ପାରୁ ନ ଥିବାରୁ ରାସ୍ତା ଡୁବେଇ ଘରେ ୧ ଫୁଟ୍‌ ଉଚ୍ଚତାରେ ପାଣି ପଶୁଛି । ଏହାର ନିରାକରଣ ବିଏମସି କଲୋନି ଭିତରେ ବହୁ ବର୍ଷ ପୂର୍ବେ ୨ଟା ଛୋଟ ଡ୍ରେନ (ନାଳୀ) ନିର୍ମାଣ କରାଯାଇଛି । ଏହି ଅଣଓସାରିଆ ଛୋଟ ଡ୍ରେନରେ ଉପର ମୁଣ୍ଡରୁ ଆସୁଥିବା ପ୍ରବଳ ବେଗର ପାଣି ନିଷ୍କାସନ ସମ୍ଭବ ହେଉନାହିଁ। 

ସେହିଭଳି ଜଗନ୍ନାଥ ଆଶ୍ରମ ନିକଟସ୍ଥ ପୂର୍ତ୍ତ ବିଭାଗ ଡ୍ରେନରୁ ପାଣି ଓଲଟା ପ୍ରବାହ ହୋଇ ଇଏ କଲାନୀରେ ପଶୁଛି। ଆଗକୁ ଆସୁଥିବା ବାତ୍ୟାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଓ ଯେଉଁ ଢଙ୍ଗରେ ଡ୍ରେନ ନିର୍ମାଣ ହୋଇଛି ସେଥିରେ ସମ୍ପୂର୍ଣ୍ଣ ପାଣି ନିଷ୍କାସନ ହୋଇ ପାରିବ ନାହିଁ। ତେଣୁ ଇଏ କଲାନୀ ଡୁବିବା ନିଶ୍ଚିତ ହୋଇଛି। ଏହାର ପ୍ରତିକାର ପାଇଁ ସ୍ଥାନୀୟ ଲୋକେ ବିଏମସିକୁ ଜଣାଇଛନ୍ତି। କିନ୍ତୁ ଏଯାଏ କୌଣସି ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମର ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଦୈତାରୀ ବେହେରାଙ୍କୁ ପଚାରିବାରୁ ଇଂ. ବେହେରା କହିଥିଲେ ଯେ, ଆମକୁ ସ୍ଥାନୀୟ କର୍ପୋରେଟର ଏ ସମ୍ପର୍କରେ କିଛି ଜଣାଇନାହାନ୍ତି । ତେଣୁ ଆମେ ପାଣି ପମ୍ପ ବ୍ୟବସ୍ଥା କରିନାହୁଁ ଓ ଯଦି ପାଣି ଘରେ ପଶିବ ତେବେ ଆମକୁ ଜଣାଇଲେ ଅଗ୍ନିଶମ ବିଭାଗ ପହଞ୍ଚି ଜଳ ନିଷ୍କାସନ ବ୍ୟବସ୍ଥା କରିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.