ଭୁବନେଶ୍ବର, ୨୨/୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହେବ । ୨୩ ତାରିଖ ସକାଳେ ଏହା ବାତ୍ୟାର ରୂପ ନେବ । କାଳକ୍ରମେ ଏହା ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ଯ ସରକାର ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାର ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରିଛନ୍ତି । ସେହିଭଳି ଅଷ୍ଟମଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅର୍ଦ୍ଧ ବାର୍ଷିକ ପରୀକ୍ଷା ବନ୍ଦ ରଖିବା ନିଷ୍ପତ୍ତି ନେଇଛନ୍ତି ।
ଆସନ୍ତା ୨୪ରୁ ୨୬ତାରିଖ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଯାଇଛି। ଏହି ପରୀକ୍ଷା ପରବର୍ତ୍ତି ସମୟରେ ଆସନ୍ତା ୧, ୨ ଓ ୪ତାରିଖ ଅନୁଷ୍ଠିତ ହେବ । ଏଣୁ ପ୍ରଧାନ ଶିକ୍ଷକ ତଥା ଅଭିବାବକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ପରିବର୍ତ୍ତିତ କାର୍ଯ୍ୟକ୍ରମ ଯଥାଶୀଘ୍ର ଜଣାଇ ଦିଆଯିବ ବୋଲି ଓଷ୍ଟl ସାଧାରଣ ସଂପାଦକ ସୂଚନା ଦେଇଛନ୍ତି ।