ପ୍ରମୂଖ ଖବର
  • ୧୪ ଜିଲ୍ଲାରେ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଛୁଟି ଘୋଷଣା
  • ||
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବାତ୍ୟା ‘ଦାନା’ : ପୁରୀ ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଜୋରଦାର ପ୍ରସ୍ତୁତି

ପୁରୀ, ୨୨/୧୦ : ବାତ୍ୟା ‘ଦାନା’ର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ପୁରୀ ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ବିଶେଷ କରି ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତା ଉପରେ ଗଛ କିମ୍ବା ଇଲେକ୍ଟ୍ରି ପୋଲ୍ ଉପୁଡି ପଡିବାର ସମ୍ଭାବନା ଥିବାରୁ ସେଗୁଡ଼ିକ କିଭଳି ତୁରନ୍ତ ସଫା କରାଯାଇ ପାରିବ ସେ ନେଇ କଟର ମେସିନ୍ ମଧ୍ୟ ମହଜୁଦ ରଖାଯାଇଛି । ଆସ୍କା ଲାଇଟ ସାଙ୍ଗକୁ, ଡାକବାଜି ଯନ୍ତ୍ର ମଧ୍ୟ ମହଜୁଦ ରଖାଯାଇଛି । 

ସେହିପରି ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକମାନେ ଯେଭଳି ସ୍ନାନ ନ କରିବେ ସେ ନେଇ ସଚେତନ କରାଯାଉଛି । ଆଜି ପୁରୀ ଅଗ୍ନିଶମ ସେବା କେନ୍ଦ୍ରରେ ଅଗ୍ନିଶମ ବିଭାଗର ଅଧିକାରୀ ପ୍ରଭାତ ରାଉତଙ୍କ ତତ୍ତ୍ୱାବଧାନରେ ଏକ ମକଡ୍ରିଲ୍ କରାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ତୁରନ୍ତ କିଭଳି ରାସ୍ତା କ୍ଲିଅର ହୋଇପାରିବ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ କିଭଳି ତୁରନ୍ତ ହୋଇପାରିବ ସେ ନେଇ ମକଡ୍ରିଲ୍ କରାଯାଇଛି। ସେହିପରି ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ମଧ୍ୟ ରଖାଯାଇଛ । ସମୁଦ୍ର ଭିତରକୁ କେହି ନ ଯିବା ପାଇଁ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନ କରାଯାଉଛି । ତେବେ ଜିଲ୍ଲାରେ ସମୁଦାୟ ୧୨ ଟି ଫାୟାର ଷ୍ଟେସନ ଥିବାବେଳେ ସମୁଦାୟ ୧୫ ଟି ଟିମ୍ ଗଠନ ହୋଇଛି । 

ବାତ୍ୟାକୁ ମୁକାବିଲା କରିବା ପାଇଁ ୨୮ ଟି ଆସ୍କା ଲାଇଟ, ୬୮ଟି କଟର ମେସିନ୍, ଗୋଟିଏ ପ୍ଲାଜମା କଟର ସହ ଲୁହା କାଟିବା ପାଇଁ ଚାରୋଟି କମ୍ବି ଟୁଲ୍ସ ରହିଛି। ତେବେ ବାତ୍ୟା ଦାନା କୁ ମୁକାବିଲା କରିବା ନେଇ ଅଗ୍ନିଶମ ବିଭାଗ କେତେ ପ୍ରସ୍ତୁତ ରହିଛି ସେନେଇ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଭାତ କୁମାର ରାଉତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଚନ୍ଦ୍ରଶେଖର ପାତ୍ର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.