ପ୍ରମୂଖ ଖବର
  • ୧୪ ଜିଲ୍ଲାରେ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଛୁଟି ଘୋଷଣା
  • ||
  • ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ,ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
  • ||
  • ବୈତରଣୀ ମୁହାଣରେ ଅଘଟଣ: ବୁଡିଗଲା ମାଛଧରା ବୋଟ୍‌, ୬ ଜଣ ଉଦ୍ଧାର
  • ||
  • ବାତ୍ୟାର ମୁକାବିଲା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ,ଟୁଇଟ୍ ସିଟି କମିଶନରେଟ ପୋଲିସ କହିଲେ ବାତ୍ୟା ସମୟରେ ଲୋକଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରାଯିବ
  • ||
  • କେନ୍ଦ୍ରାପଡ଼ା: ସନ୍ଧ୍ୟା ସୁଦ୍ଧା ବାଉଁଶ ଓ ଲାଇଟ୍ ଗେଟ୍ ଖୋଲ, ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
  • ||
  • ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌
  • ||
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

୧୪ ଜିଲ୍ଲାରେ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା

ଭୁବନେଶ୍ବର,୨୨।୧୦ :  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୪ଟି ଜିଲ୍ଶାରେ ରାଜ୍ୟ ସରକାର  କଲେଜ  ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କଲେଜ  ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ।   ଏ ନେଇ ଏସଆରସି   ଦେଓ ରଞ୍ଜନ ସିଂ ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ୧୪ଟି ଜିଲ୍ଲାର ସ୍କୁଲ  ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। 

ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ ,ଜଗତସିଂହପୁର,  କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର,ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ, କଟକ ଜିଲ୍ଲାରେ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବ।  

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇଛି । ୨୩ ତାରିଖ ସକାଳେ ଏହା ବାତ୍ୟାର ରୂପ ନେବ। କାଳକ୍ରମେ ଏହା ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ। ୨୪ ତାରିଖ ରାତି ଓ ୨୫ ସକାଳ ମଧ୍ୟରେ ଏହା ପୁରୀରୁ ସାଗରଦ୍ଵୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ପ୍ରଭାବରେ ପୁରୀରୁ ୨୪ ପ୍ରଗଣା ଜିଲ୍ଲା ମଧ୍ୟରେ ପ୍ରବଳ ବର୍ଷା ପବନ ହେବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ। ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ପଡ଼ିବ। କିଛି ସ୍ଥାନରେ ଭୀଷଣ ବର୍ଷା ହୋଇପାରେ ବୋଲି  ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.