ନୂଆଦିଲ୍ଲୀ: ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ଉପରେ ଆକ୍ରମଣ କରିଥିବା ଯୁବକକୁ ବୁଧବାର ଜାପାନର ଏକ କୋର୍ଟ ଦୋଷି ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ ତାଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶର ସଜା ପ୍ରଦାନ କରିଛନ୍ତି କୋର୍ଟ। ଏହି ଘଟଣାରେ ଦୋଷି ସାବ୍ୟସ୍ତ ହୋଇଥିବା ଯୁବକ ୨୦୨୩ ମସିହାରେ ଏକ କାର୍ଯ୍ୟକ୍ରମରେ ପ୍ରକ୍ତନ ପ୍ରଧାନମନ୍ତ୍ରୀ କିସିଦାଙ୍କ ଉପରକୁ ଏକ ପାଇପ ବମ୍ ଫିଙ୍ଗିଥିଲେ। ଏହି ଆକ୍ରମଣରେ କିସିଦା ବଞ୍ଚିଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହାତ ହୋଇଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ସାଙ୍ଗେସାଙ୍ଗେ ଆରୋପି ଜଣଙ୍କୁ କାବୁ କରିଥିଲେ।
ଏହି ମମଲାରେ ଦୋଷି ସାବ୍ୟସ୍ତ ହୋଇଥିବା ଯୁବକର ନାମ ରୟୁଜି କିମୁରା ବୋଲି ଜଣାପଡିଛି। ଏହି ୨୫ ବର୍ଷିୟ ଯୁବକ ଉପରେ ୧୫ ଏପ୍ରିଲ ୨୦୨୩ରେ ହତ୍ୟାର ଆରୋପରେ ଏକ ମାମଲା ରୁଜୁ କରାଯାଇଥିଲା।
ଖବର ମୁତାବକ, ଆକ୍ରମଣ ସମୟରେ କିଶିଦା ପଶ୍ଚିମ ଜାପାନର ୱାକାୟାମା ସହରର ଏକ ଛୋଟ ବନ୍ଦରରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ ସୂଚନାଯୋଗ୍ୟ ଯେ ଜାପାନର ପଶ୍ଚିମ ସହର ନାରାଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ସିଞ୍ଜୋ ଆବେ ପ୍ରାଣ ହରାଇଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଏହି ଭୟଙ୍କର ଆକ୍ରମଣରେ କିମୁରାଙ୍କ ହାତ ଥିବା ନେଇ ତାଙ୍କ ଉପରେ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ଆଇନ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଫେବୃଆରୀ ମାସ ଆରମ୍ଭରେ କିମୁରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଶୁଣାଣି ସମୟରେ କିଶିଦାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କିମୁରା ଏହି ଆକ୍ରମଣ କରିନାହାଁନ୍ତି ବୋଲି କହିଥଲେ। କୋର୍ଟ ଏହି ମାମଲାର କଡା ଭତ୍ସନା କରିବା ସହ ଅଭିଯୁକ୍ତ କିମୁରାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।