ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବେଆଇନ ଗୋରୁ ଚାଲାଣ ବେଳେ ଟାଟାଏସି ଗାଡି ଜବତ, ୨ ଗିରଫ

ଭୁବନ,୧୯/୦୭: ଭୁବନ ଥାନା ମାର୍ଥାପୁର ଗ୍ରାମ ମାଳବନ୍ଧରୁ ବେଆଇନ ଗୋରୁ ବୋଝେଇ ଟାଟାଏସି ଗାଡି ଜବତ ଜବତ ହୋଇଛି। ଗୋ-ଚାଲାଣ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ହରିପୁର ହାଟରୁ କଲିକତାକୁ ହେଉଥିଲା ଚାଲାଣ।

ସୂଚନା ଅନୁଯାୟୀ, ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ସୌଭାଗ୍ୟ ପାଣି ଗୋରୁ ବୋଝେଇ ଗାଡି ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ।  ଏହାପରେ ମାର୍ଥାପୁର ଗ୍ରାମ ମାଳବନ୍ଧ ନିକଟରୁ ଟାଟାଏସି ଗାଡିକୁ ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କାମାକ୍ଷାନଗର ଥାନା ଅନ୍ତର୍ଗତ ଅରଚୁଆ ଗାଁର ବିକାଶ ପାତ୍ର ଏବଂ ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଓଢଣା ଗାଁର ବିର ବିଶ୍ବାଳ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ହାଟରେ ହଜାରହଜାର ଗୋରୁ  ବେପାର ହୋଇଥାଏ । ସେଠାରୁ କଲିକତାକୁ ବେଆଇନ ଚାଲାଣ ମଧ୍ୟ କରାଯାଏ । ତେବେ ଏହି ହାଟକୁ ପ୍ରତିଦିନ ସମ୍ବଲପୁର, ସୁନ୍ଦରଗଡ, ଅନଗୁଳ ଓ ତାଳଚେର ଅଞ୍ଚଳରୁ ବିଭିନ୍ନ ଗାଡିରେ ଅମାନୁସିକ ଭାବରେ ଭୁବନ ଥାନା ଦେଇ ହରିପୁର ହାଟକୁ ଗୋରୁ ଚାଲାଣ ହୋଇଥାଏ । ଏସବୁ ପରେ ମଧ୍ୟ ଭୁବନ ଥାନା ପୋଲିସ ଜାଣି ନଜାଣିଲା ପରି ହେଉଥିବା ଅଭିଯୋଗ ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.