ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ସଙ୍ଗୀତକାର ଏଆର ରହମାନଙ୍କୁ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ଡାକରା, ଲାଇଭ୍ କନ୍ସର୍ଟରେ ପ୍ରଦର୍ଶନ କରିବାକୁ ମିଳିଛି ନିମନ୍ତ୍ରଣ...

Published By : Prameya | October 11, 2024 5:25 PM

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଭାରତୀୟ ସଂଗୀତକାର ଏଆର୍ ରହମାନଙ୍କୁ ଡାକରା ଆସିଛି। ଏହି ଡାକରା ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସଙ୍କ ପକ୍ଷରୁ ଆସିଛି। କୁହାଯାଉଛି ଯେ, ହ୍ୟାରିସଙ୍କ ଐତିହାସିକ ପ୍ରାର୍ଥୀତାକୁ ପାଳନ କରିବା ପାଇଁ ଏକ ଲାଇଭ୍ କନ୍ସର୍ଟରେ ପ୍ରଦର୍ଶନ କରିବାକୁ ଏ.ଆର ରହମାନଙ୍କୁ ଏହି ନିମନ୍ତ୍ରଣ ପଠାଯାଇଛି। 

ସୂଚନାଥାଉକି, ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରୁଥିବା ଏକ ଭାରତୀୟ-ଆମେରିକୀୟ ସଂସ୍ଥା ଏହି ସୂଚନା ଦେଇଛି। ଏସୀୟନ ଆମେରିକନ ପାସିଫିକ୍ ଆଇସଲ୍ୟାଣ୍ଡ (AAPI) ଭିକ୍ଟ୍ରି ଫଣ୍ଡ୍ ଗୁରୁବାର ସନ୍ଧ୍ୟାରେ ଏହି ସୂଚନା ଦେଇ କହିଛି ଯେ, କମଲା ହାରିସଙ୍କ ଐତିହାସିକ ପ୍ରାର୍ଥୀତା ପାଳନ କରିବାକୁ ଏ.ଆର୍ ରହମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ମାସର ରାଷ୍ଟ୍ରପତି ନିର୍ବାଚନ ପାଇଁ AAPI କମଲା ହାରିସଙ୍କୁ ସମର୍ଥନ କରିଛି ।

AAPI ଭିକ୍ଟ୍ରି ଫଣ୍ଡ୍ ଘୋଷଣା କରିଛି ଯେ,"ଏ ଆର ରହମାନଙ୍କ ସହ ଏକ ବିଶେଷ ସନ୍ଧ୍ୟା ରାଷ୍ଟ୍ରପତି ପଦ ପାଇଁ କମଲା ହାରିସଙ୍କ ଐତିହାସିକ ପ୍ରାର୍ଥୀତାକୁ ପାଳନ କରିବା ପାଇଁ ହେବ । ଏହାର ଅର୍ଥ ହେଉଛି, ଆଗାମୀ ଦିନରେ ଆମେରିକା ଭାରତୀୟ ସଂଗୀତକାର ଏ.ଆର ରହମାନଙ୍କ ସଙ୍ଗୀତରେ ଝୁମିବାକୁ ଯାଉଛି । ତେବେ କାର୍ଯ୍ୟକ୍ରମ ପାଇଁ କୌଣସି ତାରିଖ ସ୍ଥିର କରାଯାଇ ନାହିଁ ଏବଂ ରହମାନ ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ କିଛି ପୋଷ୍ଟ କରିନାହାଁନ୍ତି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.