ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

୪୩ ବର୍ଷ ପରେ ଭାରତୀୟ ପିଏମଙ୍କ କୁଏତ ଗସ୍ତ, ମଜଭୂତ ହେବ ଦୁଇ ଦେଶ ସମ୍ପର୍କ

Published By : Ankita S | December 21, 2024 9:01 AM

ନୂଆଦିଲ୍ଲୀ,୨୧/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ । ପିଏମଙ୍କ ଏହି ଗସ୍ତ ବିଶେଷ ରହିଛି । ୪୩ ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ କୁଏତ ଯିବେ ନରେନ୍ଦ୍ର ମୋଦି । ଯାହା ଦୁଇ ଦେଶ ସମ୍ପର୍କକୁ ଆହୁରି ମଜଭୂତ କରିବ । କୁଏତର ଆମିର ଶେଖ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ଗସ୍ତରେ ଯିବେ ମୋଦି । ଶେଷ ଥର ପାଇଁ ୧୯୮୧ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କୁଏତ ଗସ୍ତରେ ଯାଇଥିଲେ ।

୨ ଦିନର କାର୍ଯ୍ୟକ୍ରମ- ସକାଳ ୯ଟା ୧୫ରୁ ଦିଲ୍ଲୀ ବିମାନବନ୍ଦରୁ ପଶ୍ଚିମ ଏସୀଯ ଦେଶ କୁଏତ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୧ଟା ୧୫ରେ କୁଏତରେ ପହଞ୍ଚିବେ । ଏହା ପରେ ଅପରାହ୍ନ ୨ଟା ୫୦ ମିନିଟରେ ସ୍ଥାନୀୟ ଶ୍ରମ ଶିବିରରେ ଯୋଗ ଦେବେ । ସେଠାରେ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ । ଏହା ପରେ ଶେଖ ସାଦ ଅଲ ଅବଦ୍ଦୁଲା ଇଣ୍ଡୋର ସ୍ପୋଟ୍ସ କମ୍ପ୍ଲେକ୍ସ ଯିବେ । ସେଠାରେ ୪୦୦୦ରୁ ୫୦୦୦ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । କୁଏତରେ ରହୁଥିବା ଭାରତୀୟ ସମୁଦାୟ ସବୁଠୁ ବଡ ପ୍ରବାସୀ ସମୁଦାୟ । ମୋଦିଙ୍କ ସ୍ବାଗତ ପାଇଁ ପ୍ରବାସ ଭାରତୀୟଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ଏହା ପରେ ଗଲ୍ଫ କପ ଫୁଟବଲ ଉଦଘାଟନୀ ସମାରୋହରେ ସାମିଲ ହେବେ । ଆସନ୍ତାକାଲି (ରବିବାର) ଅଧିକାରୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଯେଉଁଥିରେ କୁଏତର ଅମିର ଏବଂ କ୍ରାଉନ ପ୍ରିନ୍ସଙ୍କ ସହ ଏକ ସରକାରୀ ବୈଠକ କରିବେ ।

ମଜଭୂତ ହେବ ଭାରତ-କୁଏତ ସମ୍ପର୍କ- ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୂତ କରିବାକୁ ଏହି ଗସ୍ତ ସହାୟକ ହେବ । ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କୁଏତ ଗସ୍ତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହେବ ।




  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.