ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କ୍ୱାଡ ସଂଗଠନକୁ ମଜବୁତ କରିବାକୁ ଆମେରିକା ସାଂସଦଙ୍କ ପ୍ରୟାସ, ଜାଣନ୍ତୁ କଣ ରହିଛି ପୁରା ଖବର

Published By : Bijay Swain | February 14, 2025 11:54 PM

Image courtesy: scroll.in

ନୂଆଦିଲ୍ଲୀ: ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତ ସହିତ କ୍ୱାଡ ସହଯୋଗକୁ ଆହୁରି ମଜବୁତ କରିବାକୁ ଆମେରିକା କଂଗ୍ରେସର କିଛି ସଦସ୍ୟଙ୍କ ଦ୍ୱାରା ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ଆମେରିକାର କଂଗ୍ରେସର ବୈଦେଶିକ ବ୍ୟାପାର କମିଟିର ସଦସ୍ୟ ଗ୍ରେଗୋରୀ ଡବ୍ଲୁ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ସବ କମିଟିର ଚେୟାରମ୍ୟାନ୍ ୟଙ୍ଗ କିମ ଗୁରୁବାର ଦିନ କ୍ୱାଡ ଆକ୍ଟକୁ ପୁନ ପ୍ରବର୍ତ୍ତନ କରିଥିଲେ। ଏ ଦିଗରେ ଅଧିକ ବିଚାର ପାଇଁ ଏହି ବିଲ୍ ଗୃହ ବୌଦେଶିକ ବ୍ୟାପାର କମିଟି ନିକଟକୁ ପଠାଯିବ।

ସୂଚନା ମୁତାବକ, ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରିୟ ଅଞ୍ଚଳରେ ଚୀନ ଆଧିପତ୍ତ୍ୟତା ବିସ୍ତାର କରୁଥିବା କାରଣରୁ ଜାପାନ, ଅଷ୍ଟ୍ରେଲିଆ, ଆମେରିକା ଓ ଭାରତ ମିଳିତ ଭାବେ ୨୦୧୭ରେ ଏକ ସଂଗଠନ ବନାଇ ଥିଲେ। ଏହି ସଂଗଠନର ନାମ କ୍ୱାର୍ଡ ରଖାଯାଇଥିଲା। ଏହି ଅଞ୍ଚଳରେ ଚୀନର ଦବଦବା କମାଇବାକୁ ସଂଗଠନରେ ଥିବା ଚାରି ଦେଶର ସେନା ମିଳିତ ଭାବେ ସମରାଭ୍ୟସ କରୁଥିଲେ। ବର୍ତ୍ତମାନ ଚୀନ ସହ ଆମେରିକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆମେରିକା ଏହି ସଂଗଠନକୁ ଆହୁରି ସୁଦୃଢ କରିବାକୁ ଚାହୁଁଛି। 

ଗ୍ରେଗୋରୀ ଡବ୍ଲୁ କହିଛନ୍ତି ଯେ ଆମେରିକାର ସ୍ୱାର୍ଥକୁ ଆଗକୁ ବଢାଇବା ଏବଂ ଏକ ମୁକ୍ତ ଏବଂ ଖୋଲା ଇଣ୍ଡୋ-ପାସିଫିକ୍ ଅଞ୍ଚଳକୁ ସୁନିଶ୍ଚିତ କରିବା ପାଇଁ କ୍ୱାଡ୍ ସଂଗଠନ ବହୁ ଜରୁରୀ ଅଟେ। ଏଥିରେ ସମ୍ପୃକ୍ତ ଚାରୋଟି ଗଣତାନ୍ତ୍ରିକ ଦେଶ ପାଇଁ ଏହା ଲାଭଦାୟକ ହେବା ସଙ୍ଗେସଙ୍ଗେ ଏହା ସାଧାରଣ ଆହ୍ୱାନ ଗୁଡିକୁ ଏକାଠି ମୁକାବିଲା କରିବାରେ ସକ୍ଷମ ହେବ। ଏହି ବିଲ୍ ଦ୍ୱାରା କ୍ୱାଡ୍ ଆମେରିକାର ବୈଦେଶିକ ନୀତିର ଏକ ସ୍ଥାୟୀ ସ୍ତମ୍ଭ ହୋଇ ରହିବ ଏବଂ ଏହି ଅଞ୍ଚଳର ସହଯୋଗୀ ତଥା ଅଂଶୀଦାରମାନଙ୍କ ପ୍ରତି ଏକ ନିରପେକ୍ଷ ଏବଂ ଦୃଢ ପ୍ରତିବଦ୍ଧତା ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.