ନୂଆଦିଲ୍ଲୀ,୨୨/୦୪: ଆମେରିକାରେ ଅଘଟଣ । ଅରଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେଲ୍ଟା ଏୟାରଲାଇନ୍ସର ବିମାନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୨୮୨ ଯାତ୍ରୀ । ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଥିଲା।
ତେବେ ସୂଚନା ଅନୁସାରେ, ସୋମବାର ଅର୍ଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଯାତ୍ରୀମାନଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ବାହାର କରାଯାଇଥିଲା । ଟର୍ମିନାଲରେ ଥିବା ଜଣେ ଯାତ୍ରୀଙ୍କ ମୋବାଇଲରେ କଏଦ ହୋଇଥିବା ଡାହାଣ ଇଞ୍ଜିନରୁ ନିଆଁ ବାହାରିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଏହା ମଧ୍ୟ ପଢନ୍ତୁ- ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, କ୍ରାଉନ୍ ଫ୍ରିନ୍ସଙ୍କ ସହ ଏହି ମୁଦ୍ଦାରେ ହେବ ଚର୍ଚ୍ଚା
ବିମାନରେ ୨୮୨ ଜଣ ଯାତ୍ରୀ ଥିଲେ। ତେବେ ଏହି ଘଟଣା ନେଇ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ବିମାନ କମ୍ପାନୀ କହିଛି ଯେ ଆମେ ଆମର ଯାତ୍ରୀମାନଙ୍କ ସହଯୋଗକୁ ପ୍ରଶଂସା କରୁଛୁ । ଏପରି ଗୋଟିଏ ବଡ ଅଘଟଣ ପାଇଁ କ୍ଷମା ପ୍ରାର୍ଥନା କରୁଛୁ। ସୁରକ୍ଷାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ ।