ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବଦଳିଲା ନିୟମ, ଏହି ଦେଶରେ ସେନାରେ ଭର୍ତ୍ତି ହୋଇପାରିବେ ନାହିଁ ଟ୍ରାନ୍ସଜେଣ୍ଡର

Published By : Ankita S | February 15, 2025 8:17 AM

ୱାଶିଂଟନ,୧୫/୦୨: ଆମେରିକାରେ ଟ୍ରାନ୍ସଜେଣ୍ଡର ଅର୍ଥାତ ତୃତୀୟ ଲିଙ୍ଗୀ ସେନାରେ ଭର୍ତ୍ତି ହୋଇପାରିବେ ନାହିଁ । ତୃତୀୟ ଲିଙ୍ଗୀଙ୍କୁ ଏବେ ଆମେରିକା ସେନାରେ ସାମିଲ ହେବାକୁ ଅନୁମତି ମିଳିବ ନାହିଁ । ଏହା ସହିତ ସେନାରେ ସାମିଲ ଥିବା ସମସ୍ତଙ୍କୁ ଲିଙ୍ଗ ପରିବର୍ତ୍ତନ ସୁବିଧାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ଆମେରିକା ସେନା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛି ।

ବନ୍ଦ ହେବ ଲିଙ୍ଗ ପରିବର୍ତ୍ତନ ସୁବିଧା- ସୋସିଆଲ ମିଡିଆ ଏକ୍ସରେ ଆମେରିକା ସେନା ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି କି, ''ନିଷ୍ପତ୍ତି ତତ୍କାଳୀନ ପ୍ରଭାବରେ ଲାଗୁ ହୋଇଛି । ଜେଣ୍ଡର ଡିସ୍ଫୋରିଆ ଥିବା ବ୍ୟକ୍ତିଙ୍କ ପାଇଁ ସେନାରେ ଭର୍ତ୍ତି ହେବା ନେଇ ରୋକ ଲାଗିଛି । ଆମେରିକା ସେନା ବର୍ତ୍ତମାନ ସୈନିକଙ୍କ ପାଇଁ ଲିଙ୍ଗ ପରିବର୍ତ୍ତନ ସହ ଜଡିତ  ପ୍ରକ୍ରିୟାକୁ ବନ୍ଦ କରି ଦେବ । ଜେଣ୍ଡର ଡିସ୍ଫୋରିଆରେ ପୀଡିତ ବ୍ୟକ୍ତି ନିଜ ଇଚ୍ଛାରେ ଦେଶ ସେବା କରିଛନ୍ତି । ସେମାନଙ୍କ ସହିତ ଗରିମା ଏବଂ ସମ୍ମାନଜନକ ବ୍ୟବହାର କରାଯିବ ।

ଅଧିକ ପଢନ୍ତୁ...୨୦୩୨ରେ ପୃଥିବୀ ସହ ମାଡ଼ ହୋଇପାରେ ବିଶାଳକାୟ ଆଷ୍ଟ୍ରଏଡ, ନିରାପଦର ସମ୍ଭାବନାକୁ ବଢାଇଲେ ନାସା ବୈଜ୍ଞାନିକ, ଜାଣନ୍ତୁ ପ୍ରଭାବିତ ହେବେ କେଉଁ କେଉଁ ଦେଶ...

ଗତମାସରେ ଘୋଷଣା କରିଥିଲେ ଡୋନାଲ୍ଡ ଟ୍ରମ୍ପ-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଗତମାସରେ ହୋଇଥିବା ଘୋଷଣା ପରେ ୟୁଏସ ସେନା ପକ୍ଷରୁ ଏହି ବଡ ଘୋଷଣା ହୋଇଛି । ଯେଉଁଥିରେ ୪ କର୍ମଚାରୀଙ୍କ ଆଦେଶରେ ହସ୍ତାକ୍ଷର କରିଥିଲେ ଯାହା ସେନାକୁ ନୂଆ ସ୍ବରୁପ ଦେବ । ଟ୍ରମ୍ପଙ୍କ ଏହି ଘୋଷଣାରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ଆମେରିକା ସଶସ୍ତ୍ର ବଳରେ ସେବା ଦେବା ଉପରେ ପ୍ରତିବନ୍ଧ ଲଗାଇବା ସାମିଲ ହୋଇଛି ।

କହି ରଖୁଛୁ କି, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ପ୍ରଥମ ଭାଷଣରେ ଘୋଷଣା କରିଥିଲେ କି ତାଙ୍କର ଦ୍ବିତୀୟ କାର୍ଯ୍ୟାଳୟରେ ଆମେରିକା ସେନାରେ ତୃତୀୟ ଲିଙ୍ଗୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ବର୍ତ୍ତମାନ କେବଳ ମହିଳା ଏବଂ ପୁରୁଷ ଦୁଇଜଣ ସେନାରେ ସାମିଲ ହେବେ । ଏହା ପୂର୍ବରୁ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟାଳୟରେ ଟ୍ରାନ୍ସଜେଣ୍ଡର ସୈନିକଙ୍କୁ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଚେଷ୍ଟା କରିଥିଲେ ମାତ୍ର ସେ ସଫଳ ହୋଇନଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.