ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରାତ୍ର ଜଗୁଆଳିଙ୍କ ସନ୍ଦେହ ଜନକ ମୃତ୍ୟୁ, ପୋଲିସର ଛାନ୍‌ଭିନ୍‌ ଜାରି

ଟାଙ୍ଗୀ,୧୧/୦୭: ଡ୍ୟୁଟି ସମୟରେ ରାତ୍ର ଜଗୁଆଳିଙ୍କ ସନ୍ଦେହ ଜନକ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା  ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବଡ଼କୁଳ ସ୍ଥିତ ଓଟିଡିସି ପାନ୍ଥ ନିବାସରେ ଘଟିଛି। ମୃତ ଜଗୁଆଳିଙ୍କ ତପନ ଚିନାରା ବୋଲି ପରିଚୟ ମିଳିଛି । ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୂଯାୟୀ, ତପନ ଚିନାରା ଜଣେ ରାତ୍ର ସିକ୍ୟୁରିଟି ଗାର୍ଡ ଭାବେ ବାଲୁଗାଁର ବଡ଼କୁଳରେ ଥିବା ଓଟିଡିସି ପାନ୍ଥ ନିବାସରେ ଡ୍ୟୁଟି କରୁଥିଲେ । ଅଚାନକ କୌଣସି କାରଣରୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ପରେ ତାଙ୍କୁ ଓଟିଡିସି ତରଫରୁ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ସିକ୍ୟୁରିଟି ଗାର୍ଡ ତପନ ଚିନାରାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ବାଲୁଗାଁ ଥାନା ନିରୀକ୍ଷକ ସୂଚନା ଦେଇଛନ୍ତି । ଅନ୍ୟ ପଟରେ ଘଟଣା ସ୍ଥଳକୁ ଯାଇ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ମୃତ ସିକ୍ୟୁରିଟି ଗାର୍ଡଙ୍କର ପୁତ୍ର ପ୍ରୀତମ ଚିନାରା ବାଲୁଗାଁ ଥାନାରେ ଏତଲା ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.