ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ୟୁବିଏଲ୍‌ର ବଡ଼ ନିଷ୍ପତ୍ତି, ଏହି ରାଜ୍ୟକୁ ବିୟର ବିକ୍ରି କରିବନି କମ୍ପାନି

Published By : Anindita | January 9, 2025 2:26 PM

ନୂଆଦିଲ୍ଲୀ,୦୯/୦୧:  କିଙ୍ଗଫିସର ବିୟର ତିଆରି କରୁଥିବା କମ୍ପାନୀ ୟୁନାଇଟେଡ୍ ବ୍ରୁରିଜ୍ ଲିମିଟେଡ୍  ବା ୟୁବିଏଲ୍‌ର ବଡ଼ ଘୋଷଣା । ଏଣିକି ଆଉ ତେଲେଙ୍ଗାନାକୁ ବିୟର୍ ବିକ୍ରି କରିବନି କମ୍ପାନି । କାରଣ TGBCL ବା ତେଲେଙ୍ଗାନା ବେଭରେଜ କର୍ପୋରେସନ ଲିମିଟେଡ଼୍ ୨୦୧୯-୨୦ ରୁ  ବିୟରର ମୂଲ୍ୟ ବୃଦ୍ଧି କରି ନାହିଁ । ଯେଉଁ କାରଣରୁ କମ୍ପାନୀ କ୍ଷତି ସହିଛି। ଏନେଇ ୟୁବିଏଲ କହିଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ନ ମିଳିବାରୁ କମ୍ପାନି ଏଭଳି ନିଷ୍ପତି ନେଇଥିବା ଜଣାପଡ଼ିଛି। 

କମ୍ପାନୀ କହିଛି ଯେ, ତେଲେଙ୍ଗାନା ବେଭରେଜ କର୍ପୋରେସନକୁ ବିୟର ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।  କାରଣ କମ୍ପାନି ୨୦୨୦ ଆର୍ଥିକ ବର୍ଷରୁ ବିୟରର ମୂଲ୍ୟ ବୃଦ୍ଧି କରି ନାହିଁ, ଯାହାକୁ ନେଇ କ୍ଷତି ସହିବାକୁ ପଡିଛି କମ୍ପାନିକୁ।  ଏହା ସହିତ କମ୍ପାନି ମଧ୍ୟ ପୂର୍ବରୁ ଯୋଗାଇ ଦିଆଯାଇଥିବା ବିୟର ପାଇଁ ପୂର୍ଣ୍ଣ ରାଶି ଦେଇନାହିଁ। ତେବେ TSBCL ଏକ ସରକାରୀ ସଂଗଠନ। ଏହା ରାଜ୍ୟରେ ଖୁଚୁରା ଏବଂ ହୋଲସେଲ ସେକ୍ଟରରେ ମଦ ବିକ୍ରିକୁ ନିୟନ୍ତ୍ରଣ କରିଥାଏ । ଏହା ଆନ୍ଧ୍ରପ୍ରଦେଶର ବେଭରେଜ୍ କର୍ପୋରେସନ୍ ଲିମିଟେଡ୍ ଠାରୁ ଅଲଗା ହେବା ପରେ ୨୦୧୪ ରେ ଗଠିତ ହୋଇଥିଲା ।  ଅନ୍ୟପଟେ ୟୁବିଏଲ ଗଣମାଧ୍ୟମକୁ ପ୍ରକାଶ କରି କହିଛି ଯେ,  ହିତାଧିକାରୀଙ୍କ ପ୍ରତି କମ୍ପାନୀର ଦାୟିତ୍ୱ ରହିଛି, ଯାହାକୁ ଦୃଷ୍ଟିରେ ରଖି ବିୟର ଆଉ କ୍ଷତିରେ ବିକ୍ରି ହେଉନାହିଁ। କମ୍ପାନୀ ଏହା ମଧ୍ୟ ସୂଚନା ଦେଇଛି ଯେ, ସେମାନଙ୍କ ତରଫରୁ ବ୍ରୁର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (BAI) ମହଙ୍ଗା ବୃଦ୍ଧି ହେତୁ ବୋଝ କମ୍ କରିବା ପାଇଁ ବିୟରର ମୂଲ୍ୟ ବୃଦ୍ଧି କରିବାକୁ ତେଲେଙ୍ଗାନା ସରକାରଙ୍କୁ ଅନେକ ଥର ନିବେଦନ କରିଛି।  କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆସୋସିଏସନ ଦ୍ୱାରା ଅବକାରୀ ବିଭାଗ ଏବଂ ତେଲେଙ୍ଗାନାର ସିଏମ୍‌ଙ୍କୁ ପଠାଯାଇଥିବା ଚିଠିକୁ ନେଇ ଦ ମିଣ୍ଟ  ରିପୋର୍ଟରେ କହିଛି ଯେ,  ଆଜି ମଧ୍ୟ ୨୦୧୯ ହାରରେ  ତେଲେଙ୍ଗାନା ପକ୍ଷରୁ ବିୟର ଉତ୍ପାଦନକାରୀ କମ୍ପାନୀମାନଙ୍କୁ ମୂଲ୍ୟ ଦିଆଯାଉଛି ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.