ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଚୋରି କରିବାକୁ ଆସି ଧରାପଡ଼ିଲେ ଦୁଇ ଚୋର, ରାତି ସାରା ହାତ ଗୋଡ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଉମରକୋଟ,୧୭/୦୭: ଚୋରି କରିବାକୁ ଆସି ଧରାପଡ଼ିଲେ ଦୁଇ ଚୋର । ରାତିସାରା ଗୋଡ଼ ହାତ ବାନ୍ଧି ପିଟିଲେ ଗ୍ରାମବାସୀ । ସକାଳେ ପୋଲିସକୁ ଦେଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା କୋଦୋଭଟାଗାଁରେ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୨ଟା ବେଳେ ଘରର ସମସ୍ତେ ଖାଇ ସାରି ଶୋଇପଡ଼ିଥିଲେ । ଏହି ସମୟ ଜଗନ୍ନାଥ ଝଙ୍କାରଙ୍କ ଘରେ ଦୁଇଜଣ ଚୋର କବାଟ ଭାଙ୍ଗି ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ।  ସେହି ସମୟରେ ଘର ମାଲିକର ସାନ ପୁଅ ଡମାର ଝାଙ୍କର ବାହାରକୁ ଆସିଥିଲେ। ଲୁଟେରାଙ୍କୁ ଦେଖିବା ପରେ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଘରମାଲିକକୁ ଧକା ମାରି ଚୋର ଚମ୍ପଟ ମାରିଥିଲା । ପଡ଼ୋଶୀ ଲୋକଙ୍କୁ ଖବର ଦେଇ ଘର ମାଲିକ ଏବଂ ସ୍ଥାନୀୟ ଲୋକେ ମିଶି ଚୋରକୁ ଗୋଡାଇଥିଲେ । ଗୋଟିଏ ଚୋର ଧରାଡିଥିବା ବେଳେ ଅନ୍ୟ ଜଣଙ୍କ ଖସି ପଳାଇଥିଲା । ଧରା ପଡିଥିବା ଚୋରକୁ ଚତୁରତା ସହ ସାଙ୍ଗରେ ଆସିଥିବା ଚୋରକୁ ଡାକିଲେ ତତେ ଛଡାଯିବ ବୋଲି କହିଥିଲେ ଗ୍ରାମବାସୀ । ସେ ଅନ୍ୟ ଚୋରକୁ ଡାକିଥିଲା । ପରେ ଦୁଇ ଚୋରକୁ ହାତ ଗୋଡ଼ ବାନ୍ଧି ତାଙ୍କର ପରିଚୟ ପଚାରିବାରୁ ସେମାନେ ନୂଆପଡା ଜିଲ୍ଲା ଝାରବନ୍ଧ ଗାଁର ବୋଲି କହିଥିଲେ । ଉଭୟଙ୍କ ନାମ ବେଦକୁମାର ବିଶି ଓ ଭବାନୀ ନାଗେଶ ବୋଲି ଜଣା ପଡିଥିଲା। ସକାଳ ହେବାରୁ ଗ୍ରାମବାସୀ ଦୁଇ ଚୋରକୁ ପୋଲିସ ଜିମା ଦେଇଛନ୍ତି । ସେମାନଙ୍କ ପାଖରୁ ଦୁଇଟି ବାଇକ୍ ଏବଂ ଗୋଟେ ମୋବାଇଲ ଜବତ କରି ଥାନାରେ ଅଟକ ରଖିଛି ପୋଲିସ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.