ପଟ୍ଟାମୁଣ୍ଡାଇ,୨।୯ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଲାଗିଛି କଣ୍ଟେନର। କୌଣସି ଏକ ଜାହାଜରୁ ଏହି କଣ୍ଟେନରଟି ଖସିପଡି ଭାସିଆସି ଥିବା ସନ୍ଦେହ କରାଯାଉଛି। ତେବେ କଣ୍ଟେନରରେ କିଛି ଜିନିଷପତ୍ର ନ ଥିବାର ଦେଖିବାକୁ ମିଳିଛି।
ତେବେ ଏହି କଣ୍ଟେନର ଉପରେ ଆଇ ଟି.ଟି.ଲାଇନ ପ୍ରାଇଭେଟ ଲିମିଟେଡ଼ ଲେଖା ହୋଇଛି। ଏତେ ବଡ଼ କଣ୍ଟେନରଟି କେଉଁଠୁ ଭାସି ଆସିଲା । ଏହା କେଉଁ ଦେଶର ଏବଂ ଏଥିରେ କଣ ସାମଗ୍ରୀ ଥିଲା ତାହା ଜଣା ପଡ଼ିନଥିବା ବେଳେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।