ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

‘ଦୈତାରୀ ସାର୍‌ ଆଜି ବି ଜନମାନସରେ ଅମର’; ଦୈତାରୀ ନାୟକ ମେମୋରିଆଲ୍‌ ଟ୍ରଷ୍ଟ୍‌ର ଗୁରୁପୂଜନ ଉତ୍ସବ

କେନ୍ଦ୍ରାପଡ଼ା: ଶିକ୍ଷକତା କଦାପି ଏକ ବୃତ୍ତି ନୁହେଁ । ଏହା ଏକ ପେସା ନୁହେଁ, ଏକ ନିଶା । ଚାକିରି ନୁହେଁ ଏକ ପରିଚୟ । ଏକ ବିକଳ୍ପ ନୁହେଁ, ଏକ ସଂକଳ୍ପ । ଯାହାକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ଶିକ୍ଷକ । ଏମିତି ଜଣେ ଶିକ୍ଷକ ଥିଲେ ସ୍ୱର୍ଗତ ଦୈତାରୀ ନାୟକ । ସ୍ୱର୍ଗବାସର ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ହେଲା ତାଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ସେ ଆଜି ବି ଜନମାନସରେ ଅଜର ଅମର । ତାଙ୍କର ନୀତି, ଆଦର୍ଶ, ପରୋପକାରିତା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟ ପରାୟଣତା ଓ କଠୋର ଅନୁଶାସନ ଫଳରେ ଶହଶହ ମେଧାବୀ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଆଜି ସ୍ମୃତିଚାରଣ କରୁଛନ୍ତି । 

ପଟ୍ଟାମୁଣ୍ଡାଇ ବ୍ଲକ୍‌ର ବଲୁରିଆଠାରେ ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଗୁରୁପୂଜନ ଉତ୍ସବରେ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଗୁରୁଦିବସ ଟ୍ରଷ୍ଟର ସଭାପତି ଶିକ୍ଷାବିତ୍‌ ଭଗବାନ ରାଉତଙ୍କ ପୌରୋହିତ୍ୟରେ ତଥା ଶିକ୍ଷାବିତ୍‌ କବି ସଚ୍ଚିତ୍ର ବେହୁରାଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ବନ୍ୟାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ରାଜକିଶୋର ବିଶ୍ୱାଳ, ସମାଜସେବୀ ବସନ୍ତ ସ୍ୱାଇଁ, ପୂର୍ବତନ ଶିକ୍ଷା ପ୍ରଶାସକ ସନାତନ ତରାଇ, ପ୍ରେମାନନ୍ଦ ସୂତାର, ପ୍ରାଧ୍ୟାପକ ଦିଲ୍ଲୀପ ମଲ୍ଲିକ, ସମ୍ପାଦକ ଚିତ୍ତରଞ୍ଜନ ମଲ୍ଲିକ, ସଙ୍ଗୀତଗୁରୁ ସୁଧାଂଶୁ ଶେଖର ଦାସ, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଗଙ୍ଗାଧର ସାହୁ ପ୍ରମୁଖ ସ୍ୱର୍ଗତ ଦୈତାରୀ ନାୟକଙ୍କୁ ଜଣେ ଆଦର୍ଶ ଶିକ୍ଷାବିତ ସହ ଉତ୍ତମ ମଣିଷ ଭାବରେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍‌ ପ୍ରାର୍ଥସାରଥୀ ଦାଶ ଗୁରୁଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଟ୍ରଷ୍ଟର ସମ୍ପାଦକ ଶିକ୍ଷାବିତ୍‌ ରଣଜିତ ରାଉତ ଟ୍ରଷ୍ଟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଶିଳ୍ପୀଗୁରୁ ସୁଧାଂଶୁ ଶେଖର ଦାସ ଗୁରୁବନ୍ଦନା କରିଥିଲେ । ଟ୍ରଷ୍ଟର ସଦସ୍ୟ ସମାଜସେବୀ ନୟନ ରାଉତ ଧନ୍ୟବାଦ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.