ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କେନ୍ଦ୍ରାପଡ଼ା ବାର୍ଡ ଫ୍ଲୁ ଆତଙ୍କ: ୫ ଫାର୍ମ ମାଲିକଙ୍କ ରକ୍ତ ନମୁନା ପଠାଗଲା

କେନ୍ଦ୍ରାପଡ଼ା/ଡେରାବିଶ,୧୦/୦୯: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ  ବ୍ଲକ୍‌ ଅଞ୍ଚଳରେ ବାର୍ଡ ଫ୍ଲୁ ରୋକିବାକୁ  ପ୍ରଶାସନ ସତର୍କତାମୂଳକ ପଦକ୍ଷେପକୁ  ଜୋର୍‌ଦାର୍‌ କରିଛି । କୁକୁଡ଼ାମରା ଅଭିଯାନ  ଜାରି ରହିବା ସହ ଫାର୍ମ ମାଲିକଙ୍କ  ସ୍ୱାସ୍ଥ୍ୟ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ କୁକୁଡ଼ା ଫାର୍ମ  ମାଲିକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ  ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍‌  କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ  (ଆଇସିଏମ୍‌ଆର୍‌)କୁ ପଠାଯାଇଛି ।  ଯେଉଁମାନଙ୍କଠାରେ ବାର୍ଡ ଫ୍ଲୁର ସାମାନ୍ୟ  ଲକ୍ଷଣ ପ୍ରକାଶ ପାଇଛି, ସେମାନଙ୍କ  ରକ୍ତ ନମୁନା ସଂଗ୍ରହ କରି ପଠାଯାଇଛି ।  ରିପୋର୍ଟ ମିଳିବା ପରେ ସେମାନେ  ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା  ସ୍ପଷ୍ଟ ହେବ ବୋଲି ଏଡିଏମ୍‌ଓ ଡା.  ସଚ୍ଚିଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି ।  ଅପରପକ୍ଷରେ ସୋମବାର ବ୍ଲକ୍‌ର  ରଘୁଦେଇପୁର ଓ ନୋଳସାହିକୁ କୁକୁଡ଼ା ମଡ଼କ ଡେଇଁଥିବା ସୂଚନା ମିଳିଛି । ଯାହାକୁ  ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।  

ଡେରାବିଶ ବ୍ଲକ୍‌ ଅଧୀନ ବାଲିଆ,  ଏଣ୍ଡର ଓ ଗୋଲରାହାଟ ପଞ୍ଚାୟତରେ ଥିବା  ବିଭିନ୍ନ କୁକୁଡ଼ା ଫାର୍ମଗୁଡ଼ିକରେ କୁକୁଡ଼ା  ମରା ଅଭିଯାନ ଜାରି ରହିଛି । ସୋମବାର  ସନ୍ଧ୍ୟା ସୁଦ୍ଧା ଅଞ୍ଚଳର ବିଭିନ୍ନ ଫାର୍ମରୁ ୯  ହଜାରରୁ ଅଧିକ କୁକୁଡ଼ା ମରାଯାଇ ପୋତି  ଦିଆଯାଇଛି । ଏହି କାର୍ଯ୍ୟରେ ବାଲେଶ୍ୱର ଓ  ମୟୂରଭଞ୍ଜ ଜିଲ୍ଲାର ୧୨ଟି ଏବଂ କେନ୍ଦ୍ରାପଡ଼ା  ଜିଲ୍ଲାର ୨ଟି ଟିମ୍‌ ନିୟୋଜିତ ଅଛନ୍ତି । ଜିଲ୍ଲା  ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ତଥା  ନୋଡାଲ ଅଧିକାରୀ ଡା. ସଚ୍ଚିଦାନନ୍ଦ  ମିଶ୍ରଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଏକ  ୭ଜଣିଆ କେନ୍ଦ୍ରୀୟ ଟିମ୍‌ ସୋମବାର ବାର୍ଡ  ଫ୍ଲୁ ସଂକ୍ରମିତ ଅଞ୍ଚଳରେ ସ୍ଥିତି ନିରୀକ୍ଷଣ  କରିଥିଲା । ବାର୍ଡ ଫ୍ଲୁ ସଂକ୍ରମଣର ଲକ୍ଷଣ  ଓ ଏଥିରୁ ରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ ବାବଦରେ  କେନ୍ଦ୍ରୀୟ ଟିମ୍‌ ଅଞ୍ଚଳବାସୀଙ୍କୁ ପରାମର୍ଶ  ଦେବା ସହ ସଚେତନ କରିଥିଲେ ।  

ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପୁଥିବାରୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ  ଚିକେନ ଓ ଅଣ୍ଡା ନଖାଇବା ପାଇଁ ମାଇକ୍‌  ଯୋଗେ ସାଧାରଣ ଲୋକଙ୍କୁ ସଚେତନ  କରାଯିବା ସହ ଚିକେନ୍‌ ଓ ଅଣ୍ଡା  ବିକ୍ରିରେ କଟକଣା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.