ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ସାଇବର ଅପରାଧୀଙ୍କୁ ଯୋଗାଉଥିଲେ ଭର୍ଚୁଆଲ ଫୋନ୍ ନମ୍ବର, ଏୟାରଟେଲ୍‌ର ୨ ଜଣ ମ୍ୟାନେଜର ଗିରଫ

Published By : Anindita | January 11, 2025 1:54 PM

ନୂଆଦିଲ୍ଲୀ,୧୧/୦୧: ବିଦେଶୀ ସାଇବର ଅପରାଧୀଙ୍କୁ ଯୋଗାଉଥିଲେ ଭର୍ଚୁଆଲ ଫୋନ୍ ନମ୍ବର । ଏନେଇ ଏୟାରଟେଲ୍‌ର ୨ ଜଣ ମ୍ୟାନେଜରଙ୍କୁ ଗୁରୁଗ୍ରାମରୁ ଗିରଫ କରିଛି ପୋଲିସ  । ତେବେ ଅଭିଯୁକ୍ତମାନେ ହେଲେ  ନିରଜ ବାଲିୟା ଓ ହେମନ୍ତ ଶର୍ମା ବୋଲି ଜଣାପଡ଼ିଛି। ସାଇବର ଠକେଇର ଶିକାର ହୋଇଥିବା ଜଣେ ଅଭିଯୋଗକାରୀଙ୍‌କ ଅଭିଯୋଗ ପରେ ସେମାନଙ୍କୁ ପୋଲିସ ଗିରଫ କରିଛି । ଏଥିସହ ଉଭୟ କର୍ମଚାରୀଙ୍କୁ କମ୍ପାନି ଚାକିରିରୁ ମଧ୍ୟ ନିଲମ୍ବିତ କରିଛି। 

ତେବେ ଜଣେ ମହିଳା ଜଣକ ଓ୍ବାର୍କଫ୍ରମ ହୋମ୍ କାମ କରିବାକୁ ଅଫର ଯୋଗୁଁ  ୧୦ ହଜାର ଟଙ୍କା ହରାଇଥିଲେ। ୟାହାକୁ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ  ପୋଲିସ ଗତ ସପ୍ତାହରୁ ତଦନ୍ତ ଆରମ୍ଭ କରିଥିଲା । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ମହିଳାଙ୍କ ସହ ଯୋଗାଯୋଗ କରିବା ପାଇଁ ବ୍ୟବହୃତ ନମ୍ବରର ଏସଟିଡ଼ି କୋଡ଼ ଗୁରୁଗ୍ରାମର ଥିଲା । ତେବେ ପିଡ଼ୀତ ମହିଳାଙ୍କୁ ପ୍ରଥମେ ଏକ ଓ୍ବେବପେଜରେ ହୋଟେଲ ରିଭ୍ୟୁ ପୋଷ୍ଟ କରିବା ପାଇଁ ୨୦୦ ଟଙ୍କା ଦେଇଥିଲା । ଏହାପରେ ସେ ଏକ ଟେଲିଗ୍ରାମ ଗ୍ରୁପରେ ଯୋଡ଼ି ହୋଇଥିଲେ ।  ଯାହାପରେ ତାଙ୍କୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କୁହାଯାଇଥିଲା । ଏହା ଏକ ପ୍ରିପେଡ୍ ଟ୍ୟାକ୍ସ ଥିଲା । ଯେଉଁଥିପାଇଁ ତାଙ୍କୁ ଅଧିକ ରିଟର୍ଣ୍ଣ ମିଳିବା ନେଇ ପ୍ରତିଶୃତି ମିଳିଥିଲା ।  ହେଲେ ପିଡ଼ୀଙ୍କ ସମସ୍ତ ଟ୍ରାନ୍ସପର ପରେ ସେ ଯେତେବେଳେ ଟଙ୍କା ବାହାର କରିବାକୁ ଚେଷ୍ଟା କରିଥିଲେ । ଠକମାନେ ସମସ୍ତ ଟ୍ରାଞ୍ଜାକ୍ସନକୁ ବନ୍ଦ କରିଦେଇଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ, ପିଡ଼ୀତ ମହିଳାଙ୍କ ସମ୍ପର୍କ କରିବା ପାଇଁ ବ୍ୟବହୃତ ଭର୍ଚୁଆଲ ନମ୍ବରଟି  ଏକ ଘରୋଇ କମ୍ପାନି ନାମର ଏକ ଠକ କମ୍ପାନି ବୋଲି । ଏନେଇ ଏସିପି ପ୍ରିୟାଂଶୁ କହିଛନ୍ତି ଯେ, ନିରଜ ଏୟାରଟେଲରେ ଫୋନ ନମ୍ବର ବ୍ୟବହାର କରିବା ପାଇଁ ସାଇଟ୍ ଭେରିଫିକେସନର କାର୍ଯ୍ୟ କରୁଥିଲେ । ସେହିପରି ହେମନ୍ତ ତାର ଟିମ୍ ଲିଡ଼ର ଥିଲା । ଉଭୟ ମିଶି TRAIର ନିୟମ ଉଲ୍ଲଘଂନ କରି ଇଣ୍ଡୋନେସିଆର ସେହି ଠକ କମ୍ପାନିକୁ ୫୩୦ ଟି ଭର୍ଚୁଆଲ ଫୋନ ନମ୍ବର ଦେଇଥିଲେ ।







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.