ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ନାବାଳିକାରୁ ଯୁବତୀ ହେବା ପର୍ଯ୍ୟନ୍ତ ୬୫ରୁ ଅଧିକ ଯୌନ ରାକ୍ଷସ ଦେଇଛନ୍ତି ଯୌନ ନିର୍ଯାତନା: ୧୦ ଜଣଙ୍କୁ ଅଟକ ରଖିଲା ପୁଲିସ

Published By : Bijay Swain | January 11, 2025 10:26 PM

ନୂଆଦିଲ୍ଲୀ: ମଣିଷ ଭିତରେ ପଶୁ ପଣିଆ ଆଜି ଏତେ ଭରି ଯାଇଛି ଯେ ଯାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ। ପଶୁ ବିନା ଛଳନାରେ ନିର୍ଦ୍ଦୟୀ, ହେଲେ ମଣିଷର ଛଳନାପୂର୍ଣ୍ଣ ନୃଶଂସତା ଅତି ଜଘନ୍ୟ। ଦିନକୁ ଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ବି ଘୃଣା କରିବେ। କେରଳରୁ ଠିକ୍ ଏମିତି ଏକ ହୃଦୟ ଥରା ଘଟଣା ସାମ୍ନାକୁ ଆସିଛି।

ଜଣେ ୧୮ ବର୍ଷୀୟା ଯୁବତୀ ବଖାଣିଛନ୍ତି ତାଙ୍କ ସହିତ ଘଟି ଯାଇଥିବା ପୈଶାଚିକ କାଣ୍ଡ। ଜଣେ ନୁହେଁ କି ୧୦ ଜଣ ନୁହେଁ, ୬୫ରୁ ବି ଅଧିକ ନରରାକ୍ଷସ କିଭଳି ଯୁବତୀଙ୍କ କିଶୋରୀ ଅବସ୍ଥାକୁ ନଷ୍ଟ କରିଦେଲେ ସେ କାହାଣୀ ବଖାଣିଛନ୍ତି ଯୁବତୀ। ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ। 

ମହିଳା ସମକ୍ୟା ନାମକ ଏକ ଏନଜିଓ ସଂସ୍ଥା କ୍ଷେତ୍ର ପରିଦର୍ଶନ ପାଇଁ ଯୁବତୀଙ୍କ ଘରକୁ ଯାଇଥିଲେ। ଟିମ ତାଙ୍କ ଘରେ ପହଞ୍ଚିବା ପରେ ଯୁବତୀ ଜଣକ ନିଜ ଜୀବନର ସେହି ନର୍କ ଯନ୍ତ୍ରଣାକୁ ଏନ୍ଜିଓ ସଦସ୍ୟଙ୍କ ସମ୍ମୁଖରେ ଗୋଟି ଗୋଟି କରି ପ୍ରକାଶ କରିଥିଲେ।  

କେମିତି ମାତ୍ର ୧୩ ବର୍ଷ ବୟସରୁ ଏପର୍ଯ୍ୟନ୍ତ ସେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି ଏକଥା ଶୁଣିବା ପରେ ଏନ୍ଜିଓ ସଂସ୍ଥା ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହାପରେ ସେମାନେ ପାଥନ୍ନାମଥିତା ଜିଲ୍ଲାର ଶିଶୁ କଲ୍ୟାଣ କମିଟିକୁ ଜଣାଇଥିଲେ। ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି) ଦ୍ୱାରା କାଉନସେଲିଂ ସେସନରେ ସମସ୍ତ କଥା ସାମ୍ନାକୁ ଆସିଥିଲା। 

ଏ ସମ୍ପର୍କରେ ସୁଚନା ପାଇ ସିଡବ୍ଲୁସି ଏକ ମନସ୍ତାତ୍ତ୍ୱିକଙ୍କ ସହାୟତାରେ ପୀଡ଼ିତା ବାଳିକାଙ୍କୁ ନେଇ ଏକ କାଉନସେଲିଂ କରିଥିଲେ। ସେ ୧୩ ବର୍ଷର ହୋଇଥିବା ବେଳେ ତାଙ୍କୁ ତାଙ୍କର ପଡୋଶୀ ଅଶ୍ଲୀଳ ସିନେମା ଦେଖାଉ ଥିଲେ ବୋଲି ପ୍ରକାଶ କରିଥିଲେ ଯୁବତୀ। 

କେବଳ ସେତିକି ନୁହେଁ, ବାଳିକା ଜଣକ ନିଜ ସ୍କୁଲରେ କ୍ରିଡ଼ାରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ। ତେବେ କ୍ରିଡ଼ା ପାଇଁ ହେଉଥିବା ଟ୍ରେନିଂ ସେସନରେ ମଧ୍ୟ ତାଙ୍କ ସହ ଯୌନ ଉତ୍ପୀଡ଼ନ କରାଯାଉଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏହା ସହ ତାଙ୍କର ଅନେକ ଅନ୍ତରଣ ମୁହୁର୍ତ୍ତର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯାହାକୁ ନେଇ ସେ ଗଭୀର ମାନସିକ ଆଘାତ ପାଇଥିଲେ ବୋଲି ଯୁବତୀ ଜଣଙ୍କ ସିଡବ୍ଲୁସି ଆଗରେ କହିଛନ୍ତି। ସମସ୍ତ ଘଟଣା ଶୁଣିବା ପରେ ସିଡବ୍ଲୁସି ନିଜ ଆଡ଼ୁ ଥାନାରେ ଏକ ମାମଲା ରୁଜୁ କରିଥିଲା। 

ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ ୧୦ ଅଭିଯୁକ୍ତଙ୍କୁ ଅଟକ ରଖିଛି। ତେବେ ପୀଡିତାଙ୍କ ଷ୍ଟେଟମେଣ୍ଟ ବହୁ ଜଲଦି ନିଆଯିବ ବୋଲି ପୁଲିସ କହିଛି। 

ଏନେଇ ପାଥନ୍ନାମଥିତା ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଏନ ରାଜୀବ କହିଛନ୍ତି “ଏହା ଏକ ଗମ୍ଭୀର ମାମଲା। ପୀଡ଼ିତା ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳଠୁ ଯୌନ ଉତ୍ପୀଡ଼ନର ସାମ୍ନା କରି ଆସୁଛନ୍ତି। ସେ କ୍ରିଡ଼ାରେ ବହୁ ସକ୍ରିୟ, ତେବେ ତାଙ୍କୁ ସର୍ବସାଧାରଣ ସ୍ଥାନମାନଙ୍କରେ ମଧ୍ୟ ଯୌନ ନିର୍ଯାତନା ଦିଆଯାଇଛି।”

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.