ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଚାଞ୍ଚଲ୍ୟ; ଦଳିତ ଯୁବତୀଙ୍କୁ ୫ ବର୍ଷରେ ୬୪ ଜଣ କରିଥିଲେ ଦୁଷ୍କର୍ମ, ୧୫ ଗିରଫ

Published By : Ankita S | January 12, 2025 7:44 AM

ଥିରୁଅନନ୍ତପୁରମ,୧୨/୦୧: ମରିଗଲା ମାନବିକାତା । ପଶୁ ପାଲଟିଗଲା ମଣିଷ । ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । କେରଳର ପଥନମଥିଟ୍ଟାରେ ଜଣେ ୧୮ ବର୍ଷୀୟା ଜିଲ୍ଲାସ୍ତରୀୟ ମହିଳା କ୍ରୀଡାବିତଙ୍କୁ ତାଙ୍କ କୋଚ୍ ଓ ସହଯୋଗୀମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୫ ବର୍ଷ ଭିତରେ ୬୦ରୁ ଅଧିକ ଲୋକଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିଲା କହିଛନ୍ତି ଦଳିତ କ୍ରୀଡାବିତ୍ । ୧୮ ବର୍ଷୀୟା ଦଳିତ ଯୁବତୀଙ୍କର ଏହି ଲୋମହର୍ଷଣକାରୀ ବୟାନ ସମସ୍ତଙ୍କୁ ଚକିତ କରିଛନ୍ତି । ଘଟଣା ସାମ୍ନାକୁ ଆସିଲା ପରେ କେରଳରେ ତନଘନା ଆରମ୍ଭ କରିଛି ପୋଲିସ । ଏଫଆଇଆର ପରେ ୪୦ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ଘଟଣାରେ ଏଯାବତ୍ ୧୫ ଜଣଙ୍କୁ ଗିରଫ କରାଯାଇଛି ।

ଘଟଣା ସାମ୍ନାକୁ ଆସିଲା ପରେ ଆଲୋଡନ ସୃଷ୍ଟି ହୋଇଛି । ୨ଟି ଥାନାରେ ୫ଟି ଏଫଆଇଆର ରୁଜୁ କରାଯିବା ପରେ ୧୫ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୪୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଏବଂ ଏସସି/ଏସଟି ଆଇନ ଅନୁସାରେ ମାମଲା ରୁଜ୍ଜୁ ହୋଇଛି । ଏସପି ଭି.ଭି ବିନୋଦ କୁମାରଙ୍କ ନେତୃତ୍ବରେ ଟିମ୍ ଗଠନ କରାଯାଇଛି । ଘଟଣାରେ ଏଯାବତ ୧୫ ଜଣଙ୍କୁ ଗରିଫ କରାଯାଇଛି । କେରଳର ପଥନମଥିଟ୍ଟାର ଜଣେ ଦଳିତ ଯୁବତୀ ଯିଏ କି ଜଣେ ଜିଲ୍ଲୀ ସ୍ତରୀୟ ଆଥଲେଟ୍ । ସେ ଏକ ଶିକ୍ଷାନୁଷ୍ଠାନରେ ପଢାଇବା ସହ ବିଭିନ୍ନ ଜିଲ୍ଲୀସ୍ତରୀୟ କ୍ରୀଡାରେ ଅଂଶଗ୍ରହଣ କରୁଛନ୍ତି । ଗତ କିଛି ଦିନ ହେବ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବା ପରେ ଶିକ୍ଷାନୁଷ୍ଠାନର ଜଣେ ଶିକ୍ଷକ ଘଟଣା ସମ୍ପର୍କରେ ଶିଶୁ କଲ୍ୟାଣ କମିଟିକୁ ସୂଚନା ଦେଇଥିଲେ ।

କମିଟିର ଏକ ଟିମ୍ ପହଞ୍ଚି ଯୁବତୀଙ୍କୁ କାଉନସେଂଲି କରିବା ପରେ ତାଙ୍କ ଜୀବନରେ ଗତ ୫ ବର୍ଷ ଧରି ଘଟିଥିଲା ଲୋମହର୍ଷଣକାରୀ ବୟାନ ଦେଇଛନ୍ତି ଯୁବତୀ । ସେ କହିଛନ୍ତି ତାଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା ଅର୍ଥାତ ସେ ଯେତେବେଳେ ନାବାଳିକା ଥିଲେ ସେ ପଡୋଶୀ ଯୁବକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ । ସେବେଠୁ ସେ ପାଶବିକ ଅତ୍ୟାଚାରର ଶିକାର ହୋଇ ଆସୁଛନ୍ତି । ଯେଉଁଠାକୁ କ୍ରାଡୀ ପ୍ରତିଯୋଗିତା ପାଇଁ କ୍ୟାମ୍ପ ପଡୁଥିଲା ସେ ଯାଉଥିଲେ ସେଠାରେ ମଧ୍ୟ ତାଙ୍କୁ ଦୁଷ୍କର୍ମ ହୋଇଛି । ୫ ବର୍ଷରେ ୬୪ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ସେଥିରେ ତାଙ୍କ କୋଚ ଓ ସହଯୋଗୀ ସାମିଲ ଥିବା କହିଛନ୍ତି । ଯୁବତୀଙ୍କ ଏହି ବୟାନ ପରେ ସ୍ତମ୍ଭୀଭୂତ ହୋଇଛି ସଭ୍ୟ ସମାଜ ।

ଯୁବତୀଙ୍କ ମୁହଁରୁ ଏହି ବୟାନ ଶୁଣିବା ପରେ ଶିଶୁ କଲ୍ୟାଣ କମିଟିର ଅଭିଯୋଗ ପରେ ପଥନମଥିଟ୍ଟା ପୋଲିସ ମାମଲା ରୁଜ୍ଜୁ କରିଛି । ବୟାନ ରେକର୍ଡ କରି ତନାଘନା ଆରମ୍ଭ କରିଥିଲା ପୋଲିସ । ପକ୍ସୋ ଆଇନ ଅନୁଯାୟୀ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଘଟଣାରେ ଏଯାବତ୍ ୧୫ ଜଣ ଗିରଫ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.