ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଗହୀରମଥାରେ କଇଁଛ ଛୁଆ ସମୁଦ୍ରମୁହାଁ, ନାସୀ-୨ରେ ଅଣ୍ଡା ପ୍ରତି ବିପଦ ଉଚ୍ଚ ସାମୁଦ୍ରିକ ଜୁଆର

ରାଜନଗର, ୨୫।୫: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷାଧିକ ଅଲିଭ୍‌ରିଡ୍‌ଲେ ଗହୀରମଥାର ନାସୀ-୨ରେ ଅଣ୍ଡାଦାନ କରିଥିଲେ । ଅଣ୍ଡାରୁ ଛୁଆ ଫୁଟିବା ପରେ ଏବେ ସେଗୁଡ଼ିକ ସମୁଦ୍ରମୁହାଁ ହୋଇଛନ୍ତି । ବନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୨ ତାରିଖ ପ୍ରାୟ ୨୫ ହଜାର ଅଲିଭ୍‌ରିଡ୍‌ଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ରକୁ ଯାଇଥିବା ବେଳେ ୨୩ ତାରିଖ ପ୍ରାୟ ୭୫ହଜାର ଛୁଆ ସମୁଦ୍ର ଅଭିମୁଖେ ଯାଇଛନ୍ତି । 

ଇତିମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଉଚ୍ଚ ଜୁଆର ମାଡ଼ି ଯାଉଥିବାରୁ ବହୁ ପରିମାଣରେ ଅଣ୍ଡା ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଲଘୁଚାପଜନିତ ବର୍ଷା ହେଉଥିବାରୁ ବାଲି ଓଦା ହୋଇ କଠିନ ହୋଇଯାଉଛି । ତେଣୁ ବସାରୁ ବାହାରିବା ସେମାନଙ୍କ ପାଇଁ କଷ୍ଟକର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.