ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଟ୍ରମ୍ପଙ୍କ ଗାଜା ଦଖଲ ଯୋଜନାକୁ ନେଇ ଚକିତ ବିଶ୍ବ, ଜରୁରୀ ‘ଆରବ ଶିଖର ସମ୍ମିଳନୀ’ ଡାକିଲା ଇଜିପ୍ଟ

Published By : Tapas Panda | February 10, 2025 6:47 PM

Image Courtesy: edition.cnn

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଜାରି ଯୁଦ୍ଧ ବିରତି ମଧ୍ୟରେ ଗାଜାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଭୟ ବଢ଼ାଇ ଦେଇଛି । ଗାଜାକୁ କିଣିବେ ଏବଂ ଏହାର ମାଲିକାନା ହାତେଇବାକୁ ଆମେରିକା ପ୍ରତିଶ୍ରୁତିବଦ୍ଧ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଗାଜାକୁ କବଜା କରିବା ନେଇ ଟ୍ରମ୍ପଙ୍କ ଯୋଜନା ଶୁଣିବା ପରେ ଆମେରିକା ସହଯୋଗୀ ଦେଶଙ୍କ ସମେତ ପାଲେଷ୍ଟାଇନ୍‌ ସମର୍ଥକମାନେ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । ଟ୍ରମ୍ପଙ୍କ ଏପରି ଉଦ୍ଦେଶ୍ୟ ଜାଣିବା ପରେ, ପାଲେଷ୍ଟାଇନର ପଡ଼ୋଶୀ ଦେଶ ଇଜିପ୍ଟ ଗାଜା ପ୍ରସଙ୍ଗରେ ଏକ ଜରୁରୀକାଳୀନ ଆରବ ସମ୍ମିଳନୀ ଡାକିଛି । ଏହି ବୈଠକରେ ସମସ୍ତ ଦେଶ ଏକାଠି ଟ୍ରମ୍ପଙ୍କ ଗାଜା ଦଖଲ ଯୋଜନାକୁ ବିରୋଧ କରିପାରିବେ । 

ଗାଜା ପଟିରୁ ପାଲେଷ୍ଟାଇନ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଇଜିପ୍ଟ ଫେବ୍ରୁଆରୀ ୨୭ରେ "ନୂଆ ଏବଂ ଭୟଙ୍କର ଘଟଣା" କାର୍ଯ୍ୟକ୍ରମର ଆୟୋଜନ କରିବ । ଗତ ସପ୍ତାହରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ହ୍ୱାଇଟ୍ ହାଉସ୍ ବୈଠକରେ ଟ୍ରମ୍ପ୍ ଦେଇଥିବା ଏହି ପରାମର୍ଶ ୱାଶିଂଟନର ପ୍ରମୁଖ ସହଯୋଗୀ ଇଜିପ୍ଟ, ଜୋର୍ଡାନ ଏବଂ ସାଉଦି ଆରବକୁ ବ୍ୟଥିତ କରିଥିଲା । ଗାଜାରେ ଥିବା ୧୮ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ଆମେରିକା ଏହି ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଟ୍ରମ୍ପଙ୍କ ଦାବିକୁ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ-ସିସି ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ପ୍ରତ୍ୟାଖ୍ୟାନ କରିଛନ୍ତି । କିନ୍ତୁ ଟ୍ରମ୍ପ ଦାବି କରିଛନ୍ତି ଯେ, ସେମାନେ ଶେଷରେ ଏହାକୁ ଗ୍ରହଣ କରିନେବେ। 

ଗାଜାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ନୂତନ ଓ ବିପଜ୍ଜନକ ବୋଲି ଇଜିପ୍ଟ କହିଛି । ଆମେରିକାର ଏହି ନିଷ୍ପତ୍ତିକୁ ବିରୋଧ କରିବା ଲାଗି ଇଜିପ୍ଟ ଶିଖର ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି । ଏହି ବୈଠକରେ ଗାଜା କବଜା ନୀତିକୁ ବିରୋଧ କରୁଥିବା ଦେଶ ଅଂଶଗ୍ରହଣ କରିବେ । ସେପଟେ ଆମେରିକାରେ ଦ୍ବିତୀୟ ଥର ରାଷ୍ଟ୍ରପତି ଭାବରେ ଶପଥ ନେଇଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ବିଶ୍ବକୁ ଚକିତ କରୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.