ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ପୁଟିନ୍‌-ଜେଲେନ୍‌ସ୍କିଙ୍କ ସହ କଥା ହେଲେ ଟ୍ରମ୍ପ୍‌, କହିଲେ ୟୁକ୍ରେନ-ରୁଷ ଶାନ୍ତି ଆଲୋଚନା ତୁରନ୍ତ ଆରମ୍ଭ ହେବ...

Published By : Prameya | February 13, 2025 12:02 PM

ୱାଶିଂଟନ ୧୩/୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ରୁଷ୍‌  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ  ଫୋନରେ କଥା ହୋଇଛନ୍ତି । ଯୁଦ୍ଧ ସଂକ୍ରାନ୍ତରେ ସେ ଆଲୋଚନା କରିଥିବା କୁହାଯାଉଛି ।  

ସୂତ୍ର ମୁତାବକ, ପୁଟିନ୍‌ଙ୍କ ସହ ଟ୍ରମ୍ପ୍‌ ପ୍ରାୟ ଦେଢ଼ଘଣ୍ଟା ଧରି କଥା ହୋଇଥିଲେ । ‘ଏକ୍ସ’ରେ ଏ ନେଇ ସେ ଲେଖିଛନ୍ତି, ଆମେ ନିଜ ଟିମ୍‌ଗୁଡ଼ିକୁ ତୁରନ୍ତ ଆଲୋଚନା  ଆରମ୍ଭ କରିଦେବା ପାଇଁ କହିଛୁ । 




ରିପୋର୍ଟ ମୁତାବକ ରାଷ୍ଟ୍ରପତି ଟ୍ରମ୍ପ୍‌ ବିଦେଶ ମନ୍ତ୍ରୀ  ମାର୍କୋ ରୁବିୟୋ, ସିଆଇଏ ନିର୍ଦ୍ଦେଶକ ଜନ୍‌ ର‌୍ୟାଟକ୍ଲିଫ୍‌, ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ୱାଲ୍‌ଜ, ରାଷ୍ଟ୍ରଦୂତ ଷ୍ଟିଭ୍‌ ୱିଟକଫଙ୍କୁ ଆଲୋଚନାର ନେତୃତ୍ୱ ନେବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି । ପୁଟିନ୍‌ଙ୍କ କାର୍ଯ୍ୟାଳୟ କ୍ରେମ୍‌ଲିନ୍‌ର ସୂଚନା ଅନୁସାରେ ପୁଟିନ୍‌ ଓ  ଟ୍ରମ୍ପ୍‌ ପ୍ରାୟ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ଟେଲିଫୋନ୍‌ରେ କଥା ହେବା ସହ ପରସ୍ପରକୁ ସାକ୍ଷାତ  ଲାଗି ସହମତି ପ୍ରକାଶ କରିଛନ୍ତି । ଆଲୋଚନା ବେଳେ ପୁଟିନ୍‌ ଟ୍ରମ୍ପ୍‌ଙ୍କୁ ମସ୍କୋ ଗସ୍ତ  କରିବା ଲାଗି କହିଛନ୍ତି । 

ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି, ଟ୍ରମ୍ପ୍‌ଙ୍କ ସହ ମୋର  ଆଲୋଚନା ହୋଇଛି । ଉଭୟ ଦେଶ ମିଳିତ ଭାବେ ରୁଷ୍‌ର ଆକ୍ରମଣକୁ ରୋକିବା  ଏବଂ ଏକ ସ୍ଥାୟୀ, ବିଶ୍ୱସନୀୟ ଶାନ୍ତି ସୁରକ୍ଷିତ କରିବା ଲାଗି ନିଜର ଆଗାମୀ ପଦକ୍ଷେପ  ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଦିନକ ପୂର୍ବରୁ ଜେଲେନସ୍କି କହିଥିଲେ କି ୟୁକ୍ରେନ୍‌ ଯୁଦ୍ଧ  ରୋକିବା ସକାଶେ ରୁଷ ସହିତ ଜମି ଅଦଳବଦଳ କରିବାକୁ ପ୍ରସ୍ତୁତି ଚଳାଇଛୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.