ପ୍ରମୂଖ ଖବର
  • ନବ ଦାସ ହତ୍ୟାକାଣ୍ଡ : ଆଇନ୍‌ମନ୍ତ୍ରୀ କହିଲେ,"ତଦନ୍ତ ପ୍ରକ୍ରିୟା କ'ଣ ହେବ, ତାହା ସରକାର ନିଷ୍ପତ୍ତି ନେବେ"
  • ||
  • ବୌଦ୍ଧ : ଘର ସାମ୍ନାରେ ଯୁବକଙ୍କୁ ହତ୍ୟା ଘଟଣା: ୬ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ମୋ ବସ୍‌କୁ ପିଟିଲା ଆଉ ଏକ ମୋ ବସ୍‌
  • ||
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

‘ପେନସିଲଭାନିଆ ହିରୋ’ଙ୍କୁ ବଡ଼ ଉପହାର ଦେଲେ ଟ୍ରମ୍ପ, ସିନ୍ କରନ ସିକ୍ରେଟ୍‌ ସର୍ଭିସ୍‌ର ନିର୍ଦ୍ଦେଶକ ନିଯୁକ୍ତ

Published By : Tapas Panda | January 23, 2025 7:07 PM

Image Courtesy: nytimes

 ନୂଆଦିଲ୍ଲୀ: ପେନସିଲ୍‌ଭାନିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ରକ୍ଷା କରି ଚର୍ଚ୍ଚାକୁ ଆସିଥିବା ସିନ୍‌ କରନଙ୍କୁ ବଡ଼ ଉପହାର ଦେଇଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି । ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଥିବା ଡୋନାଲ୍ଡ ଟ୍ରମ୍ପ ବୁଧବାର ସିନ୍‌ କରନଙ୍କୁ ସିକ୍ରେଟ୍‌ ସର୍ଭିସ୍‌ର ନିର୍ଦ୍ଦେଶକ ନିଯୁକ୍ତ କରିଛନ୍ତି । ତେବେ ପେନସିଲଭାନିଆରେ ଟ୍ରମ୍ପଙ୍କ ନିର୍ବାଚନୀ ରାଲିରେ ତାଙ୍କ ସୁରକ୍ଷାର ମୁଖ୍ୟ ଦାୟିତ୍ବ ନେଇଥିଲେ ସିନ୍‌ କରନ । ସିକ୍ରେଟ ସର୍ଭିସର ନିର୍ଦ୍ଦେଶକ ଭାବରେ ସିନଙ୍କୁ ନିଯୁକ୍ତ କରିବା ପରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ‘ସିନ୍ ଜଣେ ମହାନ ଦେଶଭକ୍ତ । ସେ ଗତ କିଛି ବର୍ଷ ଧରି ମୋ ପରିବାରର ରକ୍ଷା କରି ଆସିଛନ୍ତି । ପେନସିଲଭାନିଆରେ ମୋର ଜୀବନକୁ ବଞ୍ଚାଇବା ପାଇଁ ନିଜକୁ ବିପଦରେ ପକାଇଥିଲେ । ସେ ଅଦମ୍ୟ ସାହସିକତାର ପରିଚୟ ଦେଇଥିଲେ ।’




ସିନ କରନ ନ୍ୟୁୟର୍କର ବାସିନ୍ଦା । ସେ ସିକ୍ରେଟ୍ ସର୍ଭିସର ନେୱାର୍କ ଫିଲ୍ଡ ଅଫିସରେ ଜଣେ ସ୍ପେଶାଲ ଏଜେଣ୍ଟ ରୂପେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସିନ୍ କରନ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ସ୍ବତନ୍ତ୍ର କାମ ସରିସାରିଛନ୍ତି । ସେ ହାଇପ୍ରୋଫାଇଲ୍ ଲୋକଙ୍କ ସୁରକ୍ଷା ଦେଉଥିବା ବିଭାଗରେ କାମ କରିସାରିଛନ୍ତି । ନ୍ୟୁୟର୍କ ଟାଇମ୍ସ ଅନୁସାରେ, ସିନ୍ କରନଙ୍କୁ ଟ୍ରମ୍ପ ସିକ୍ରେଟ୍ ସର୍ଭିସର ନିର୍ଦ୍ଦେଶକ କରିବା ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ । କାରଣ ସିନ୍‌ ସିକ୍ରେଟ୍ ସର୍ଭିସର କୌଣସି ବି ମୁଖ୍ୟାଳୟରେ କାମ କରିନାହାନ୍ତି । ଜଣେ ଏଜେଣ୍ଟରୁ ସିଧାସଳଖ ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ସେପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ସିକ୍ରେଟ୍ ସର୍ଭିସର ତତ୍କାଳୀନ ନିର୍ଦ୍ଦେଶକ କିମ୍ୱର୍ଲିଙ୍କୁ ୧୦ ଦିନ ଭିତରେ ଇସ୍ତଫା ଦେବାକୁ ପଡ଼ିଥିଲା । 

ପେନସିଲଭାନିଆ ଆକ୍ରମଣ ପରେ କିମ୍ୱର୍ଲି କହିଥିଲେ, 'ଟ୍ରମ୍ପଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି । ଏଜେନ୍ସି ନିଜ କାମ ଠିକ୍ ଭାବେ କରି ନାହିଁ । ମୁଁ ଏଥିପାଇଁ ସଂପୂର୍ଣ୍ଣ ଦାୟୀ ।' ଜୁଲାଇ ୧୩ରେ ନିର୍ବାଚନ ପ୍ରଚାର ବେଳେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳି ମାଡ଼ ହୋଇଥିଲା । ୨୦ ବର୍ଷୀୟ ଆକ୍ରମଣକାରୀ ୪୦୦ ଫୁଟ୍ ଦୂରରୁ ୮ ରାଉଣ୍ଡ ଫାୟାର କରିଥିଲା । ଏଥିରୁ ଗୋଟିଏ ଗୁଳି ଟ୍ରମ୍ପଙ୍କ ଡାହାଣ କାନକୁ ଛୁଇଁ ଯାଇଥିଲା । ଟ୍ରମ୍ପ ଏହି ଆକ୍ରମଣରେ ଲହୁଲୁହାଣ ହୋଇଥିଲେ । ପରେ ନିର୍ବାଚନରେ ଟ୍ରମ୍ପ ବିପୁଳ ସମର୍ଥନ ପାଇଥିବା ବେଳେ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି । ଏହା ପରେ ବିଭିନ୍ନ ବିଭାଗରେ ନିଜ ମନ ପସନ୍ଦର ବ୍ୟକ୍ତିଙ୍କୁ ନିଯୁକ୍ତ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.