ନୂଆଦିଲ୍ଲୀ,୨୩।୧: ମହାକାଶକୁ ଯିବ ମାଛ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ନୂଆ କିଛି କରି ଦେଖାଇବାକୁ ଚାହୁଁଛି ଚୀନ୍। ତା’ର ନୂଆ ମିଶନ୍ ଜରିଆରେ ସ୍ପେସ୍କୁ ପଠାଇବ ଜେବ୍ରା ଫିସ୍ । ଏଥର ଚାଇନାର ସ୍ପେସ୍ ଷ୍ଟେସନ ଟିଆନଗୋଙ୍ଗରେ ଜେବ୍ରା ଫିସ୍ ପହଁରିବାର ସମ୍ଭାବନା ଅଛି । ଏହା ମାଧ୍ୟମରେ ଚୀନ ବୈଜ୍ଞାନିକ କରିବେ ବଡ଼ ରିସର୍ଚ୍ଚ। ମହାକାଶରେ ମେରୁଦଣ୍ଡ ଥିବା ପ୍ରାଣୀର ମାଂସପେଶୀ ଏବଂ କଙ୍କାଳର ବିକାଶ ବିଷୟରେ କରିବେ ତଥ୍ୟ ସଂଗ୍ରହ। ଏ ସମ୍ପର୍କରେ ସ୍ପେସ୍ ଡଟ୍ କମ୍ର ଏକ ରିପୋର୍ଟରୁ ଜଣାପଡିଛି।
ସ୍ପେସ୍ ଷ୍ଟେସନ ହେଉଛି ଏକ ବନ୍ଦ ଇକୋସିଷ୍ଟମ। ସେଠାରେ ମାଛ ହାଡରେ କ’ଣ ପ୍ରଭାବ ରହିଛି, ତାହା ଦେଖିବାକୁ ଚାହିଁବେ ବୈଜ୍ଞାନିକ ।ରିସର୍ଚ୍ଚ ରିପୋର୍ଟରୁ ଜଣାପଡିବ ସ୍ପେସ୍ ଷ୍ଟେସନରେ ରହୁଥିବା ମଣିଷ ଉପରେ କିଭଳି ପ୍ରଭାବ ପକାଉଛି ପରିବେଶ? ବିଶେଷ ଭାବରେ ଶରୀର ଆଭ୍ୟନ୍ତରୀଣ ଅଂଶରେ କ’ଣ ରହିଛି ପ୍ରଭାବ ? ଏହି ରିସର୍ଚ୍ଚ ପାଇଁ ଚୀନ୍ ଚାରୋଟି ଜେବ୍ରା ଫିସ୍ ପଠାଇବ। ଯାହାକି ଚୀନ୍ ସ୍ପେସ୍ ଷ୍ଟେସନ୍ରେ ୪୩ ଦିନ ପାଇଁ ରହିବେ। ତେବେ ଏଭଳି କରିବାରେ ଚୀନ୍ ପ୍ରଥମ ଦେଶ ନୁହେଁ। ପୂର୍ବରୁ ବହୁ ଦେଶ ମହାକାଶରେ ଏଭଳି ରିସର୍ଚ୍ଚ କରିସାରିଛନ୍ତି।
ଚୀନ୍ ପୂର୍ବରୁ ଆମେରିକା ମଧ୍ୟ ମହାକାଶକୁ ମାଛ ପଠାଇଛି, କିନ୍ତୁ ଚୀନ୍ ଜେବ୍ରା ମାଛକୁ ମହାକାଶକୁ ପଠାଇବା । ମହାକାଶକୁ ପଠାଯାଇଥିବା ପ୍ରଥମ ପ୍ରାଣୀମାନଙ୍କ ମଧ୍ୟରେ ରହିଛି ମାଙ୍କଡ। । ୧୯୪୮ରେ ଆଲବର୍ଟ ନାମକ ମାଙ୍କଡ ପ୍ରଥମ ଥର ପାଇଁ, V-2 ରକେଟ୍ରେ ଯାଇଥିଲା। ଏହା ବ୍ୟତୀତ ଫିମେଲ୍ ଡଗ୍ ଲାଇକା ମଧ୍ୟ ମହାକାଶ ଯାତ୍ରା କରିଛି। ସୋଭିଏତ୍ ୟୁନିଅନ୍ ଏହାର ସ୍ପେସ୍ ପରୀକ୍ଷଣ ପାଇଁ କୁକୁର ବ୍ୟବହାର କରିଥିଲା ।୧୯୫୭ ରେ, ଲାଇକା ସ୍ପୁଟନିକ୍ ରକେଟରେ ପହଁଞ୍ଚିଥିଲା ମହାକାଶ। କେବଳ ସେତିକି ନୁହେଁ ୧୯୬୩ରେ ରେ ଫ୍ରାନ୍ସ ମହାକାଶକୁ ଏକ ବିଲେଇ ପଠାଇଲା, ଯାହାର ନାଁ ଥିଲା ଫେଲିକେଟ୍ । ତେବେ, ମିଶନ ସମାପ୍ତ ହେବା ପରେ, ଫେଲିକେଟ୍ ସୁରକ୍ଷିତ ଭାବରେ ପୃଥିବୀରେ କରିଥିଲା ଅବରତଣ। ଏହା ବ୍ୟତୀତ ୧୯୬୧ରେ ମହାକାଶକୁ ଯାତ୍ରା କରିଥିଲେ ଘୁଷୁରୀ । ୧୯୫୦ ଦଶକରୁ ଲଗାତାର ମୂଷାମାନେ ମହାକାଶ ଯାତ୍ରା କରୁଛନ୍ତି। ହାମ ନାମକ ଏକ ଶିମ୍ପାଜି ମଧ୍ୟ ୧୯୬୧ ରେ ମରକ୍ୟୁରୀ ରେଡଷ୍ଟୋନ୍ ମିଶନ୍ ସମୟରେ କରିଥିଲା ମହାକାଶ ଯାତ୍ରା ।
ଚନ୍ଦ୍ର ପୃଷ୍ଠରେ ହୋଇଥାଏ ଏଭଳି ବିପଦଜନକ ଜିନିଷର ବର୍ଷା, ସବୁ କିଛି ହୋଇଯାଏ ନଷ୍ଟ